• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ବଲାଙ୍ଗିର  : ପ୍ରେମ ଏକ ଶାଶ୍ୱତ ଧର୍ମ । ଯେଉଁଥିରେ ନା ଥାଏ କୌଣସି ଭେଦାଭେବ ଓ ଉଚ୍ଚନୀଚ୍ଚର ତାରତମ୍ୟ । ହୃଦୟରୁ ହୃଦୟକୁ କଳ କଲ୍ଲୋଳିନୀ ନଈଟିଏ ପରି ଏହା ବହୁଥାଏ । ଅନେକ ନଜିର ରହିଛି ଏଇ ପ୍ରେମର। ସବୁ ପ୍ରତିବନ୍ଧକ ସତ୍ତ୍ୱେ ପ୍ରେମ ଜିତିଛି ବାଜି । ଏମିତି ଦୁଇ ପ୍ରେମୀ ଯୁଗଳ ହେଉଛନ୍ତି କେ. ଏସ୍. ରସୁଲ ଖାନ୍ ,ଅନ୍ୟଜଣେ ସୁନୀତା କୁମୁରା ।  ଧର୍ମ ଅଲଗା, ଜାତି ବି ଅଲଗା ।  ଜଣେ ହିନ୍ଦୁ, ଅନ୍ୟ ଜଣେ ମୁସଲମାନ । ଚଳଣି ଭିନ୍ନ ,ପରମ୍ପରା ବି ଭିନ୍ନ । ହେଲେ ଦୁହେଁ ଗୋଟିଏ ବୃକ୍ଷର ଦୁଇଟି ଶାଖା । ଜଣେ ଅନ୍ୟ ଜଣକ ବିନା କ୍ଷଣଟିଏ ବଞ୍ଚିବା ମୁସ୍କିଲ ।

ବଲାଙ୍ଗିର ସହରରେ ରହୁଥିବା ଏହି ଦୁଇ ପ୍ରେମୀ ଯୁଗଳଙ୍କର ଜୀବନକୁ ସାର୍ଥକ କରିଛି ତାଙ୍କର ପରସ୍ପର ପ୍ରତି ଥିବା ଶ୍ରଦ୍ଧା , ପ୍ରୀତି ସ୍ନେହ ।  ପ୍ରେମ ପାଇଁ ଏମାନେ ବନ୍ଧା ପଡ଼ିଛନ୍ତି ଗୋଟିଏ ସୂତାରେ। ସଜ ଗୋଲାପ ପାଖୁଡ଼ା ପରି ଏବେ ବି ସତେଜ ଏମାନଙ୍କ ଅମର ପ୍ରେମ । ସବୁ ବାଧା-ବନ୍ଧନର ବିଶାଳ ପ୍ରାଚୀରକୁ  ଭାଙ୍ଗି ୨୦୧୭ରୁ ଏ ଦୁଇ ପ୍ରେମପକ୍ଷୀ ସାଜିଛନ୍ତି ଜନ୍ମ ଜନ୍ମର ସାଥି । । ଏବେ ଏମାନେ ଏ ଯୁଗର ରୋମିଓ-ଜୁଲିଏଟ୍।

ରସୁଲ ଓ ସୁନୀତାଙ୍କ ପ୍ରେମର ମୂଳଦୁଆ ପଡ଼ିଥିଲା ଏମିତି । ୨୦୦୪ରେ ବସ୍‌ରେ ଗଲାବେଳେ, ହୋଇଥିଲା ଦେଖା ସାକ୍ଷାତ। ଆଖିରେ ମିଶିଥିଲା ଆଖି । ଆରମ୍ଭ ହୋଇଥିଲା ନିରବ ପ୍ରେମ । ଚିଠି ଦିଆନିଆରୁ ପ୍ରୀତି ବଢ଼ିଲା, ହୃଦୟ ସହ ହୃଦୟ ମିଶିଲା ।

ହେଲେ ଦୁହେଁ ଦୁହିଁଙ୍କୁ ଜାଣିବା ପରେ, ସେମାନଙ୍କ ପ୍ରେମ ଯେ ପୂର୍ଣ୍ଣତାର ରୂପ ନେବା ଅସମ୍ଭବ। ତାହା ମାନି ନେଇଥିଲେ ଉଭୟ । କାରଣ ସେମାନେ ଥିଲେ ଭିନ୍ନ ଧର୍ମର । କିନ୍ତୁ ସେତେବେଳକୁ ସରିଥିଲା ମନ ଦିଆନିଆ । ତେଣୁ ଆଉ ପଛକୁ ଫେରି ନଥିଲେ ସେମାନେ । ଆରମ୍ଭ ହୋଇଥିଲା ସଂଘର୍ଷ। ବର୍ଷ କି ଦୁଇ ବର୍ଷ ନୁହେଁ ଦୀର୍ଘ ୧୪ ବର୍ଷ।

ଏହାଭିତରେ ରସୁଲ ଓ ସୁନୀତାଙ୍କ ବିବାହକୁ ୩ ବର୍ଷ ପୁରିଛି। କୋଳକୁ ଆସିଛି ପ୍ରେମର ପ୍ରଥମ ସନ୍ତକ । ଧର୍ମ ଅଲଗା ହେଲେ ବି ଏମାନଙ୍କ ସମ୍ପର୍କ କି ଚଳଣୀରେ ଏହା କେବେ ବି ବାଧା ସୃଷ୍ଟି କରିନି ଉଭୟ ଉଭୟଙ୍କ ଧର୍ମ ଓ ପରମ୍ପରାକୁ ସମ୍ମାନ ଦେବାରେ କେବେ କାର୍ପଣ୍ୟତା କରି ନାହାନ୍ତି। ଯାହାର ନିଚ୍ଛକ ପ୍ରମାଣ ପୁଅ ବେକରେ ପଡ଼ିଥିବା ତାବିଜ୍ ଓ ହନୁମାନ ଲକେଟ୍। ଆଉ ଏବେ ସେହି ସାର୍ଥକ ପ୍ରେମ ସୁନ୍ଦର ସଂସାର ପାଲଟି ଯାଇଛି ରସୁଲ ଓ ସୁନୀତାଙ୍କର ।

 

Meet-the-odisha-couple-who-has-a-unique-love-story
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories