• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ରାଉରକେଲା(ପୱନ ତିୱାରି): ଆଜି ଗୁରୁ ଦିବସ। ଆଜି ହେଉଛି ଭାରତର ପୂର୍ବତନ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ। ଏହି ଅବସରରେ ଆଜିର ଦିନକୁ ପ୍ରତିବର୍ଷ ସାରା ଦେଶରେ ଗୁରୁ ଦିବସ ଭାବେ ପାଳନ କରାଯାଏ। ଏଥିପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁଙ୍କ ସମ୍ମାନାର୍ଥେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

odisha

ତେବେ ଆଜି ଭଳି ଏହି ଦିନରେ ଆସନ୍ତୁ ଜାଣିବା ଏମିତି ଜଣେ ଆଦର୍ଶ ଶିକ୍ଷକଙ୍କ କାହାଣୀ, ଯାହାଙ୍କ ପାଇଁ ସ୍କୁଲ ହିଁ ସବୁକିଛି। ଆଉ ସ୍କୁଲର ଛାତ୍ରଛାତ୍ରୀ ହେଉଛନ୍ତି ନିଜର ସନ୍ତାନ ପରି। ଏହି ଆଦର୍ଶ ଶିକ୍ଷକ ହେଉଛନ୍ତି କୁମଝରିଆ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସଞ୍ଜୟ ସାମଲ।

odisha

ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ନିକଟରେ କୁମଝରିଆ ସରକାରୀ ଉଚ୍ଚ ବିଦ୍ୟାଳୟ ଅବସ୍ଥିତ। ୨୦୦୪ରେ ସଞ୍ଜୟ ସାମଲ ଏହି ସ୍କୁଲ୍‌କୁ ଆସିବା ବେଳେ ଯେଉଁଠି ମାତ୍ର ୮୦ ପିଲା ପଢ଼ୁଥିଲେ, ଏବେ ସେଠି ପଢ଼ୁଛନ୍ତି ୧୧ ଶହ ପିଲା। ଏଠାରେ ଜିଲ୍ଲା ବାହାରୁ ମଧ୍ୟ ପିଲା ପଢ଼ିବାକୁ ଆସୁଛନ୍ତି। ସ୍କୁଲ୍‌ ଭିତରକୁ ପଶିଗଲେ ସେଠାକାର ପରିବେଶ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। କାହିଁକି ନା ସ୍କୁଲର ପରିବେଶ ଅତି ସୁନ୍ଦର। ପରିଷ୍କାର ପରିଚ୍ଛନ୍ନତା ପାଇଁ ଏହି ସ୍କୁଲକୁ ରାଜ୍ୟ ଓ ଜାତୀୟ ସ୍ତରରେ ପୁରସ୍କାର ମିଳିଛି। ଆଉ ଏସବୁ କିଛି ସମ୍ଭବପର ହୋଇଛି ସଞ୍ଜୟ ସାରଙ୍କ ପ୍ରଚେଷ୍ଟା ଯୋଗୁ।

odisha

ସେ ଦିନ ରାତି ଏକାଠି କରି ସ୍କୁଲକୁ ନିଜ ପରିବାର ଭଳି ଗଢ଼ିଛନ୍ତି। କହିବାକୁ ଗଲେ ସେ ସ୍କୁଲର କାୟା ପରିବର୍ତ୍ତନ କରି ଦେଇଛନ୍ତି। ନିଜ ଦରମା ଟଙ୍କା ସ୍କୁଲର ଉନ୍ନତି ଓ ପିଲାଙ୍କ ଭବିଷ୍ୟତ ଗଢ଼ିବାରେ ଖର୍ଚ୍ଚ କରି ଚାଲିଛନ୍ତି। ଗତ କିଛି ବର୍ଷ ହେବ ସ୍କୁଲର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳାଫଳ ମଧ୍ୟ ଭଲ ହେବାରେ ଲାଗିଛି।

odisha

୨୦୧୪ ମସିହାରେ କୁମଝରିଆ ସ୍କୁଲ୍‌କୁ ମଧ୍ୟାହ୍ନ ଭୋଜନ ପାଇଁ ରାଜ୍ୟ ସ୍ତରୀୟ ପୁରସ୍କାର, ୨୦୧୭ ମସିହାରେ ଜାତୀୟ ସ୍ତରୀୟ ସ୍ୱଚ୍ଛ ବିଦ୍ୟାଳୟ ପୁରସ୍କାର ଓ ୨୦୧୮ ମସିହାରେ ରାଜ୍ୟ ସ୍ତରୀୟ ପୁରସ୍କାର ମିଳିଛି। ସ୍କୁଲର ମଧ୍ୟାହ୍ନ ଭୋଜନର ଚିତ୍ର ପୁରା ଭିନ୍ନ। ଏଠି ଯେଉଁମାନେ ରୋଷେଇ କରନ୍ତି ସେମାନଙ୍କ ପାଇଁ ମଧ୍ୟ ଡ୍ରେସ୍‌ କୋଡ୍‌ ହୋଇଛି। ଏପରିକି ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ଖାଦ୍ୟର ମାନ ବି ଢେର ଅଧିକ।

odisha

ପ୍ରଧାନଶିକ୍ଷକ ସଞ୍ଜୟ ସାମଲଙ୍କ ମଧୁର କଥା, ଛାତ୍ରଛାତ୍ରୀଙ୍କ ପ୍ରତି ଭଲ ପାଇବା ଓ ସ୍କୁଲ ପ୍ରତି ନିଷ୍ଠା ଦେଖିଲେ ଗୋଟିଏ କଥା ସମସ୍ତଙ୍କର ମନକୁ ଆସିବ, ସାର୍ ହେବ ତ ଏମିତି।

odisha

https://youtu.be/7HyiANTX3UM

Meet-the-ideal-teacher-of-odisha
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories