• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆଳି(ବନମାଳୀ ସାହୁ): ବିଷଧର ସାପ ପ୍ରେମରେ ମଣିଷ । ପେଷାରେ ଗାଡ଼ି ଡ୍ରାଇଭର ହେଲେ ନିଶା ସାପ ଧରିବା । ଏଥିପାଇ ସେ କୌଣସି ପ୍ରଶିକ୍ଷଣ ନେଇନାହାନ୍ତି, କିନ୍ତୁ ସାପ ଧରିବାରେ ବେଶ ମାହିର । କାହା ଘରେ ସାପ ପଶିଲେ, ଲୋକେ ପ୍ରଥମେ ଖୋଜନ୍ତି ତପନ ଜେନାଙ୍କୁ । ଜନବସତିରୁ ୫୦୦ରୁ ଉର୍ଦ୍ଧ୍ୱ ସାପ ଧରି ଜଙ୍ଗଲରେ ଛାଡି ସାରିଲେଣି। ଆଜକୁ ପ୍ରାୟ ୭ବର୍ଷ ହେବ ସାପ ଧରାଳି ଭାବେ ବେଶ ପରିଚିତ ହୋଇପାରିଛନ୍ତି କେନ୍ଦ୍ରାପଡ଼ା ଯୁବକ ।

କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଗାଙ୍ଗପୁର ଗାଁର ତପନ ଜେନା । ବୟସ ମାତ୍ର ୨୮ ବର୍ଷ।ଗାଡି ଚାଳକ ଭାବେ କାମକରି ନିଜର ପରିବାର ପରିବାର ପୋଷୁଥିବା ତପନଙ୍କର ଅନ୍ୟ ଏକ ନିଶା ହେଲା ସାପ ଧରିବା। ସାପ ଧରିବାର କୌଶଳ ଶିକ୍ଷା ନକରି ଅଦମ୍ୟ ସାହସ ବଳରେ ତଥା ସ୍ନେକ ହେଲ୍ପ ଲାଇନର କିଛି ବନ୍ଧୁଙ୍କ ପରାମର୍ଶ କ୍ରମେ ସେ ସାପ ଧରିବା କାମ ଆରମ୍ଭ କରିଥିଲେ।। କେବଳ ଗୋଟେ ଛୋଟ ବାଡ଼ି ସାହାଯ୍ୟରେ ସେ ସାପ ଧରିବାରେ ବେଶ ପାରଙ୍ଗମ। ଏବେ ସୁଦ୍ଧା ନାଗ,ତମ୍ପ,ଵୋଡା, ଗୋଖର,ନାଉଡଙ୍କ,କିଙ୍ଗ କୋବ୍ରା, ଚନ୍ଦ୍ରମଣି ବୋଡା ଆଦି ବହୁ ବିଷଧର ସାପ ଧରିସାରିଲେଣି ।

 

ତପନ ଯୁକ୍ତ ଦୁଇ ଯାଏଁ ପାଠ ପଡିଛନ୍ତି। ଗାଁ ଗହଳିରେ କେଉଁଠି ବି ସାପ ଲୋକଙ୍କ ନଜରକୁ ଆସିଲେ ଖୋଜା ପଡିଥାଏ ତପନଙ୍କୁ। ଫୋନ କରିବା ପରେ ତପନ ଧାଇଁ ଯାଇଥାନ୍ତି ସେହି ସ୍ଥାନକୁ । ଆଉ ସାହସର ସହ ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ି ଦିଅନ୍ତି । ପରିବାରର ବାରଣ ସତ୍ୱ ମଧ୍ୟ ତପନ ସାପ ଗୁଡିକୁ ଉଦ୍ଧାର କରିବାର ପ୍ରୟାସ ଆଜି ଯାଏଁ ଜାରି ରଖିଛନ୍ତି । ତାଙ୍କର ଏଭଳି କାର୍ଯ୍ୟପାଇଁ ସାଙ୍ଗସାଥି ଓ ଗାଁ ଲୋକ ତାଙ୍କୁ ବେଶ୍ ପ୍ରଶଂସା କରନ୍ତି । ତପନଙ୍କ ସାପ ଧରିବାର ପ୍ରୟାସ ନିଶ୍ଚିତ ଭାବେ ସାପ ଓ ମଣିଷ ଭିତରେ ସନ୍ତୁଳନ ରକ୍ଷା କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।

 

Meet-tapan-jena-of-kendrapara-a-snake-rescuer-by-passion
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories