• translate
Prangyan Parimita

ଭୁବନେଶ୍ୱର:  ଦୋଳି ମୀନା ବଜାର ଖୋଲିବାକୁ ଅନୁମତି ଦିଆଯାଉ,ନଚେତ୍ ବିଧାନସଭା ସମ୍ମୁଖରେ ଲାଗିବ ଦୋଳି। ଏଭଳି ଚେତାବନୀ ଶୁଣାଇଛନ୍ତି ରାଜ୍ୟ ଦୋଳି ଓ ମୀନା ବଜାର ସଂଘ । କରୋନା କଟକଣା ମଧ୍ୟରେ ସମସ୍ତ କାର୍ଯ୍ୟକ୍ରମ ହେଉଛି । ଏପରିକି ୨୦୦୦ ଲୋକରେ ଅପେରା କରିବାକୁ ମଧ୍ୟ ଅନୁମତି ଦିଆଯାଇଛି। ସାଂସ୍କୃତିକ କାର୍ଯ୍ୟକ୍ରମ, ରାଜନୈତିକ ସଭା ସମିତି  ମଧ୍ୟ ହେଉଛି। ଏଥିରେ ଅନେକ ସଂଖ୍ୟାରେ ଲୋକେ ଯୋଗ ମଧ୍ୟ ଦେଉଛନ୍ତି।

ବଡ଼ ବଡ଼ ମଲ, ସିନେମା ହଲ ମଧ୍ୟ ଖୋଲିଯାଇଛି। ତଥାପି କାହିଁକି ଦୋଳି ମୀନା ବଜାର ଓ ଯାତ୍ରାରେ ବସୁଥିବା ଛୋଟ ବଜାର ଖୋଲିବାକୁ କାହିଁକି ଦିଆଯାଉନି । ହଜାର ହଜାର ପରିବାରଙ୍କ ପେଟ ଏଥିରୁ ପୋଷଣ ହେଉଥିବା ବେଳେ ଏବେ ଘର କିପରି ଚଲାଇବେ, ତାକୁ ନେଇ ଲୋକେ ଚିନ୍ତାରେ ପଡ଼ିଥିବା ସଂଘ ଅଭିଯୋଗ କରିଛି । ଦାବି ପୂରଣ ପାଇଁ ତିନି ଦିନ ହେଲା ସେମାନେ ଧାରଣାରେ ବସିଛନ୍ତି ।

ଏହି ବ୍ୟବସାୟରେ ୭୦ରୁ ୮୦ ହଜାର ପରିବାର ନିର୍ଭରଶୀଳ । ହେଲେ ଦୀର୍ଘ ବର୍ଷେ ହେବ ସବୁ ବନ୍ଦ ପଡ଼ିଛି। ତଥାପି ସରକାରଙ୍କର ଏଥିପ୍ରତି ଦୃଷ୍ଟି ନାହିଁ। କୋଭିଡ଼୍ ଗାଇଡଲାଇନ୍ ମାନି ଦୋଳି ମୀନାବଜାରକୁ ଅନୁମତି ଦଆଯାଉ ବୋଲି ଜଣେ ଦୋଳି ବ୍ୟବସାୟୀ କହିଛନ୍ତି ।

Other Stories