ରାସ୍ତା କଡ଼ରେ ଫିଙ୍ଗାଯାଇଛି ଲକ୍ଷାଧିକ ଟଙ୍କାର ମେଡିସିନ୍

କେନ୍ଦ୍ରାପଡ଼ା  : ରାସ୍ତା କଡ଼ରେ ଫିଙ୍ଗାଯାଇଛି ଲକ୍ଷାଧିକ ଟଙ୍କାର ମେଡିସିନ୍। କେନ୍ଦ୍ରାପଡ଼ା ମାର୍ଶାଘାଇ ବ୍ଳକ୍‌ ରଙ୍କାଳ ପ୍ରାଣୀ ଚିକିତ୍ସା କେନ୍ଦ୍ରର ୨୦୦ ମିଟର ଦୂରରେ ରାସ୍ତା କଡ଼ରେ ଏତେ ସଂଖ୍ୟକ ମେଡିସିନ୍ ଓ ଇଞ୍ଜେକ୍ସନ ଫୋପଡ଼ା ଯାଇଥିବା ଦେଖିବାକୁ ମିଳିଛି।

ଯାହାର ଅାନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହେବ । କିଏ କାହିଁକି ଏତେ ମେଡିସିନ୍ ଫିଙ୍ଗିଲା, ତାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

You might also like