• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ଫ୍ଲୁ ଲକ୍ଷଣ ଅର୍ଥାତ୍, ସର୍ଦ୍ଦି, ଜ୍ୱର, କାଶ ଆଦି ଥିଲେ ଲୋକଙ୍କୁ ୧୦୪କୁ ଫୋନ୍ କରି ଜଣାଇବାକୁ କହିଛନ୍ତି ସରକାର। କାରଣ ଏସବୁ କରୋନାର ଲକ୍ଷଣ କିନ୍ତୁ ଏଥିପ୍ରତି କେତେ ସଜାଗ ଓ ସଚେତନ ଔଷଧ ଦୋକାନୀ? ଏନେଇ ଓଟିଭିର ଅନୁସନ୍ଧାନମୂଳକ ରିପୋର୍ଟକୁ ନେଇ ହଇଚଇ ଆରମ୍ଭ ହୋଇଛି।

ଫ୍ଲୁ ଲକ୍ଷଣ ଥିବା ରୋଗୀ ଆସିଲେ ସେମାନଙ୍କ ନାଁ, ଠିକଣା ଓ ଫୋନ ନମ୍ବର ରଖିବାକୁ କହିଥିଲେ ସରକାର। ତେବେ ଦୋକାନୀ ନିର୍ଦ୍ଦେଶ ମାନିବେ କଣ ପୂର୍ବଭଳି ବିନା ପ୍ରେସକ୍ରିପସନରେ ଏମାନଙ୍କୁ ଔଷଧ ବିକ୍ରି କରୁଛନ୍ତି। ଏମିତିକି କେତେକ ହସପିଟାଲ ଗଲେ ଭର୍ତ୍ତି କରିଦେବେ ବୋଲି କହି ରୋଗୀଙ୍କୁ ଓଲଟା ଭୟ ଦେଖାଇବାକୁ ପଛାଉ ନାହାନ୍ତି।

ମେଡିସିନ୍ ଦୋକାନୀ, ହେଲେ ମନେ ମନେ ଡାକ୍ତର, ମୁହେଁ ମୁହେଁ କୋଭିଡ୍ ଟେଷ୍ଟ୍। ଥଣ୍ଡା, କାଶ, ଛିଙ୍କ ଏମିତି କି ଦେହରେ ଟେମ୍ପରେଚର୍ ଅଛି କହିଲା ପରେ ବି, ସବ୍ ଜାନ୍ତା ଭଳି କହୁଛନ୍ତି। ଇଏ କରୋନା ନୁହେଁ, ୪ ପାନ ଥଣ୍ଡା ଔଷଧ ଓ ଆଣ୍ଟିବାୟୋଟିକ୍ ବଟିକାରେ କାମ୍ ଫତେ।

ଶରୀର ତାପମାତ୍ରା ଜାଣିବାକୁ ଏବେ ବିଭିନ୍ନ ସ୍ଥାନରେ ହେଉଛି ଥର୍ମାଲ୍ ସ୍କ୍ରିନିଂ। ତାପମାତ୍ରା ବଢ଼ିବା କରୋନାର ଅନ୍ୟତମ ଲକ୍ଷଣ ଅଥଚ ଔଷଧ ଦୋକାନୀଙ୍କର ସେଥିପ୍ରତି ପରଓ୍ୱାୟ ନାହିଁ। ଫ୍ଲୁ ଲକ୍ଷଣ, ଶୁଖିଲା କାଶ ଥିବା ଶୁଣିବା ପରେ ବି ନୋ ଟେନସନ୍  ହାତ ପାଆନ୍ତାରେ ଔଷଧ ହାଜିର୍। ଗାଁ ଗହଳି କଥା ଛାଡ଼ନ୍ତୁ, ଖୋର୍ଦ୍ଧା ସହରର ମେଡିସିନ୍ ଦୋକାନୀ ଡାକ୍ତରଖାନା ଗଲେ ଭିତରେ ଭର୍ତ୍ତି କରିଦେବେ ବୋଲି କହି, ଡରାଇବାକୁ ବି ପଛାଉନାହାନ୍ତି।

ରାଜ୍ୟର ବିଭିନ୍ନ ଜିଲ୍ଲା, ଏମିତି କି ଖୋଦ୍ ରାଜଧାନୀ ଭୁବନେଶ୍ୱରରେ ବି ବହୁ ମେଡିସିନ୍ ଦୋକାନ ବୁଲିଲୁ। ଏନେଇ ସ୍ଥିତି ପରଖିବାକୁ ଥଣ୍ଡା, କାଶ, ଛିଙ୍କ, ଜ୍ୱର, ତଣ୍ଟି ଗତଗତ, ଏମିତି କେତେ କଥା କହିଲୁ। ଜଣେ ଦୁଇଜଣଙ୍କୁ ଛାଡ଼ି ନା କେହି ସନ୍ଦେହ ଦୃଷ୍ଟିରେ ଦେଖିଲେ, ନା ଡାକ୍ତରଙ୍କ ପ୍ରେସ୍କ୍ରିପସନ୍ ମାଗିଲେ। ବିନା ପ୍ରେସ୍କ୍ରିପସନରେ ଔଷଧ ମନା ନିୟମ ସତେକି ଖାଲି ନାଁକୁ ରହିଛି। ବିଡ଼ମ୍ବନା, ମହାମାରୀ ସ୍ଥିତିରେ ବି ଚେତି ନାହାନ୍ତି ମେଡିସିନ୍ ଦୋକାନୀ।

ଜ୍ୱର, କାଶ ଓ ଅନ୍ୟ କରୋନା ଲକ୍ଷଣ ପାଇଁ ଔଷଧ ନେଉଥିଲେ, ଗ୍ରାହକଙ୍କ ଠିକଣା ଓ ଫୋନ୍ ନମ୍ବର ଟିପି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର।  ସେ ନିୟମ ବି ଚୁଲିକୁ ଯାଇଛି। ଏଥିରେ ସନ୍ଦେହ ନାହିଁ, ଔଷଧ ଦୋକାନୀଙ୍କ ଏଭଳି ବେପରୁଆପଣ ଯୋଗୁଁ ତାଙ୍କ ବ୍ୟବସାୟ ବଢ଼ୁଥାଇପାରେ, କିନ୍ତୁ ସମାଜ ପ୍ରତି ବିପଦ ବି ବଢ଼ୁଛି।

https://www.youtube.com/watch?v=zV3Wwi2m3Xg

Medicine-stores-violating-covid19-norms-otv-investigation
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories