ମେଡିସିନ୍‌ ବଦଳରେ ବିକୁଥିଲେ ସିଗାରେଟ୍‌ ଓ ଗୁଟଖା

ଭଦ୍ରକ: ମେଡ଼ିସିନ ଦୋକାନରେ ଗୁଟଖା ଓ ସିଗାରେଟ ବିକ୍ରି କରି ବନ୍ଧା ହେଲା ମାଲିକ। ସପ୍ତାହନ୍ତ ସଟଡାଉନର ସୁଯୋଗ ନେଇ ଦୋକାନ ବଜାର ବନ୍ଦ ବେଳେ ଚୋରାରେ ଗୁଟଖା ଓ ସିଗାରେଟ ବିକ୍ରି ବେଳେ ମିଳିତ ଚଢ଼ାଉ ହୋଇଛି। ସୂଚନାଯୋଗ୍ୟ ଯେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ନିକଟ ଦିନଦୟାଲ ମେଡ଼ିସିନ ଷ୍ଟୋରରେ ଗୁଟଖା ଓ ସିଗାରେଟ ବିକ୍ରି ହେଉଥିବା ଖବର ମିଳିବା ପରେ ଚଢ଼ାଉ ହୋଇଥିଲା।

ପୋଲିସ ଓ ପ୍ରଶାସନର ମିଳିତ ଚଢ଼ାଉ କରାଯାଇଥିଲା। ଭଦ୍ରକ ଉପଜିଲ୍ଲାପାଳ ପିତାମ୍ବର ସାମଲ ଓ ଅନ୍ୟ ଅଧିକାରୀଙ୍କ ସହ ଟାଉନ ପୋଲିସ ମେଡିକାଲ ଛକ ନିକଟ ଦିନଦୟାଲ ମେଡ଼ିସିନ ଦୋକାନରେ ରେଡ୍‌ କରିଥିଲେ। ଚଢଉ ବେଳେ ଦୋକାନ ଭିତରୁ ଗୁଟଖା, ସିଗାରେଟ ଜବତ ହୋଇଥିଲା।

ତେବେ ମେଡ଼ିସିନ ଦୋକାନର ମାଲିକ ଓ କର୍ମଚାରୀଙ୍କ ସହ ସହ ୩ ଜଣଙ୍କୁ ଗିରଫ କରଛି। ଭଦ୍ରକ ଟାଉନ ପୋଲିସ। ମେଡିସିନ ଦୋକାନକୁ ୭ ଦିନ ପ୍ରଶାସନ ସିଲ କରିଥିବା ବେଳେ ୨୫ ହଜାର ଟଙ୍କା ଜୋରିମାନା କରିଛି।

You might also like