ଲାଇସେନ୍ସ ନଥିବା ଫାର୍ମକୁ ଔଷଧ ବିକ୍ରି ଅଭିଯୋଗରେ ଚଢ଼ାଉ

ଭୁବନେଶ୍ୱର : ଅନଧିକୃତ ସଂସ୍ଥାକୁ ଔଷଧ ବିକ୍ରି ଅଭିଯୋଗରେ ଫାର୍ମାସ୍ୟୁଟିକାଲ ସଂସ୍ଥା ଉପରେ ଚଢାଉ। ଭୁବନେଶ୍ୱର ବମିଖାଲ ଅଞ୍ଚଳରେ ଥିବା ଟରକ୍ୟୁ ଫାର୍ମାସ୍ୟୁଟିକାଲ ନାମକ ଏକ ସଂସ୍ଥା ଉପରେ ଚଢ଼ାଉ କରିଛନ୍ତି ଡ୍ରଗ୍ସ ଇନ୍ସପେକ୍ଟର।

ପ୍ରସାଧାନ ସାମଗ୍ରୀ ନାଁରେ ଏହି କମ୍ପାନୀ କିଛି ଅନଧିକୃତ ସଂସ୍ଥାକୁ ମେଡିସିନ୍ ବିକ୍ରି କରୁଥିବା ଅଭିଯୋଗରେ ରେଡ୍  କରାଯାଇଛି। ସଂସ୍ଥାର ଉପ୍ତାଦ ବ୍ୟବହାର ପରେ ପାର୍ଶ୍ୱପ୍ରତିକ୍ରିୟା ହେଉଥିବାରୁ ଏହାକୁ ନେଇ ପୂର୍ବରୁ ଅଭିଯୋଗ ଆସିଥିଲା। ପରେ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ଏଭଳି ଚଢାଉ କରାଯାଇଛି।

ରେଡ୍ ବେଳେ କମ୍ପାନୀରୁ ୯ଟି ଡ୍ରଗ୍ ସାମ୍ପୁଲ ଜବତ କରାଯାଇ ଏହାର ଗୁଣବତ୍ତା ପରୀକ୍ଷା ପାଇଁ ନିଆଯାଇଛି। ସେପଟେ ପ୍ରସାଧାନ ସାମଗ୍ରୀ ନାଁରେ ବ୍ୟାପକ ଭାବେ ଔଷଧ ବିକ୍ରି ହେଉଥିବାରୁ ଏହା ଉପରେ ନଜର ରଖିବାକୁ ଡ୍ରଗ୍ସ କଣ୍ଟ୍ରୋଲର ଡ୍ରଗ୍  ଇନସ୍ପେକ୍ଟରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ

ପରଲୋକରେ ‘ଜହ୍ନମାମୁଁ’ ପତ୍ରିକାର ପ୍ରସିଦ୍ଧ କାର୍ଟୁନିଷ୍ଟ କେ.ସି ଶିବଶଙ୍କର

ପାନ ଖାଇ ଶ୍ରୀମନ୍ଦିରକୁ ଯାଇପାରିବେନି; ଧରା ପଡ଼ିଲେ ଗଣିବେ ଫାଇନ୍‌

ଗାନ୍ଧି ଜୟନ୍ତୀରୁ ବିଜେଡିର କୋଭିଡ୍ ମହାମାରୀ ସଚେତନତା ଅଭିଯାନ

ବିଜୁଳି ଦର ବୃଦ୍ଧି ନେଇ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍‌

ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ର କପିକୁ ଚିରି ଦେଲେ ତାରା

ଗୃହରେ କୋଭିଡ ତାତି; କଂପାନୀଙ୍କୁ ବ୍ଲାଙ୍କ୍ ଚେକ୍ କାହିଁକି ଦିଆଯାଇଥିଲା ବୋଲି ପ୍ରଶ୍ନ କଲା ବିରୋଧୀ

ରାଜ୍ୟରେ ୩୮୯୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ; ମୋଟ ସୁସ୍ଥ ସଂଖ୍ୟା…

କମିବ ଘରୋଇ ସ୍କୁଲ୍‌ ଫି !

ଭୁବନେଶ୍ୱରରୁ ୩୨୯ ପଜିଟିଭ ଚିହ୍ନଟ ଓ ୩୯୫ ସୁସ୍ଥ

ହାଇକୋର୍ଟରେ ମାମଲା ଦାୟର କଲେ ସମ୍ବିତ ପାତ୍ର

୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

କରୋନା ସଂକ୍ରମଣ ଭିତରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ

You might also like