ଆଜିଠୁ ରାଜଧାନୀବାସୀଙ୍କ ଘରେ ପହଞ୍ଚିବ ଔଷଧ

ଭୁବନେଶ୍ୱର: ଲକଡାଉନ ବେଳେ ରାଜଧାନୀବାସୀଙ୍କୁ ହୋମ୍ ଡେଲିଭରିରେ ଔଷଧ ଯୋଗାଇ ଦିଆଯିବ। ଏପରି ନିଷ୍ପତ୍ତି ନେଇଛି ଭୁବନେଶ୍ୱର ମହାନଗର ନିଗମ (BMC)। ଏ ନେଇ ବିଏମସି ପକ୍ଷରୁ ସହରର ୧୨୧ଟି ଔଷଧ ଦୋକାନକୁ ଚିହ୍ନଟ କରାଯାଇଛି।  ଆଜିଠୁ ଗ୍ରାହକମାନେ ଔଷଧ ପାଇଁ ଘରୁ ପଦାକୁ ନବାହାରି ଅନଲାଇନରେ ମେଡିସିନ୍ ବୁକ କରି ପାଇପାରିବେ । ଏଥିପାଇଁ ପ୍ରତି ଥାନା ଅଧୀନରେ ୬ଟି ଲେଖାଏଁ ଔଷଧ ଦୋକାନକୁ ଅନ୍ତର୍ଭୁକ୍ତ କରାଯାଇଥିବା ବିଏମସି ପକ୍ଷରୁ ସୂଚନା ଦିଆଯାଇଛି।

କରୋନା ପାଇଁ ବିଏମ୍‌ସି ରାଜଧାନୀରେ ୫ଟି ଜାଗାକୁ ସିଲ୍‌ କରି ସାନିଟାଇଜ୍‌ କରୁଛି। ଏପରି ସ୍ଥିତିରେ ଔଷଧ ପାଇଁ ଲୋକେ ନାନା ଅସୁବିଧାରେ ପଡୁଛନ୍ତି। ଏହାର ସ୍ଥାୟୀ ପ୍ରତିକାର କରିବା ପାଇଁ ବିଏମ୍‌ସି ଅନ୍‌ ଲାଇନ୍‌ରେ ଔଷଧ ମଗାଇବାରେ ବ୍ୟବସ୍ଥା କରିଛନ୍ତି। ଅନ୍‌ଲାଇନ୍‌ରେ ଅର୍ଡର କଲେ ଘରେ ପହଞ୍ଚିବ ଔଷଧ। ଏହି ସେବା ରାଜଧାନୀବାସୀଙ୍କୁ ବେଶ ସହାୟକ ହେବ ବୋଲି ଆଶା କରାଯାଉଛି।

ଏହାବ୍ୟତୀତ କରୋନା ଲକ୍‌ଡାଉନ ସମୟରେ ଲୋକଙ୍କ ପାଖରେ ଜରୁରୀ ସୁବିଧା ପହଞ୍ଚାଇବା ପାଇଁ ବିଏମସି ପକ୍ଷରୁ ଅନେକ ବ୍ୟବସ୍ଥା କରାଯାଇଛି । ୪୪ଟି ଅସ୍ଥାୟୀ ମାର୍କେଟ୍ ଖୋଲିବା ଲାଗି ନିଷ୍ପତ୍ତି ନିଆଯାଇଛି।  ରାଜଧାନୀର ୧୦୦ଟି ବସଷ୍ଟପରେ ମଧ୍ୟ ଅସ୍ଥାୟୀ ଭେଣ୍ଡିଂ ସେଣ୍ଟର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି।

ସେହିପରି  ବିଏମ୍‌ସି ପକ୍ଷରୁ ମୋବାଇଲ୍ ଏଟିଏମ୍ ସେବା ଆରମ୍ଭ ହୋଇଛି । ବିଶେଷ କରି ଭୁବନେଶ୍ୱରର କଣ୍ଟେନମେଣ୍ଟ ଜୋନ୍‌ରେ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଏହି ସେବା ଆରମ୍ଭ ହୋଇଛି ।

You might also like