ମୋବାଇଲ ଟର୍ଚ୍ଚ ଲାଇଟରେ ଚିକିତ୍ସା

ପାଟଣାଗଡ଼: ପୁଣି ସାମ୍ନାକୁ ଆସିଲା ମୋବାଇଟ ଟର୍ଚ୍ଚ ଲାଇଟରେ ଚିକିତ୍ସା ବେଳର ଦୃଶ୍ୟ। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରୁ ଆସିଛି ଏ ଚିତ୍ର। ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିବା କିଛି ଲୋକଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ମେଡିକାଲକୁ ଅଣାଯାଇଥିଲା, ପ୍ରାଥମିକ ଚିକିତ୍ସା ଆରମ୍ଭରୁ ହିଁ ବିଜୁଳି ଚାଲିଯାଇଥିଲା।

ବହୁ ସମୟ ଧରି ବିଜୁଳି ନ ଆସିବାରୁ ମୋବାଇଲ ଫ୍ଲାସ ଲାଇଟରେ ଚିକିତ୍ସା ଜାରି ରହିଥିଲା। ମେଡିକାଲରେ ଥିବା ୧୦ ବର୍ଷ ତଳର ଜେନେରେଟର ଅଧିକାଂଶ ସମୟରେ ବନ୍ଦ ହେଇଯାଉଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥାଏ।  ତେବେ ଉପସ୍ଥିତ ଅଧିକାରୀଙ୍କୁ ଏସମ୍ପର୍କରେ ଜଣାଇ ଦେଉଛୁ ବୋଲି ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଅଧୀକାରୀ।

You might also like