ଓଡ଼ିଶାରେ କରୋନା ଭାଇରସ୍‌ ଭୟ: ଆକ୍ରାନ୍ତ ହୋଇଥିବା ସନ୍ଦେହରେ CDMOଙ୍କୁ ଚିଠି ଲେଖିଲେ ଓଡ଼ିଆ ଡାକ୍ତରୀ ଛାତ୍ର

ଫୁଲବାଣୀ: ଓଡ଼ିଶାରେ କରୋନା ଭାଇରସ୍‌ ଭୟ। କେରଳରେ ଜଣେ ଛାତ୍ର କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ପ୍ରଥମ ଘଟଣା ସାମ୍ନାକୁ ଆସିବା ପରେ ଏବେ ଏହି ଭାଇରସ୍‌କୁ ନେଇ ଓଡ଼ିଶାର ଭୟ ସୃଷ୍ଟି ହୋଇଛି। କାହିଁକି ନା ଜଣେ ଓଡ଼ିଆ ଡାକ୍ତରୀ ଛାତ୍ର କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି।

ସମ୍ପୃକ୍ତ ଡାକ୍ତରୀ ଛାତ୍ରଙ୍କ ଘର କନ୍ଧମାଳ ଜିଲ୍ଲା ଫୁଲବାଣୀରେ। ସେ ଚୀନରେ ରହି MBBS କରୁଛନ୍ତି। ତେବେ ଗତ ୧୧ ତାରିଖରେ ସେ ଚୀନ୍‌ରୁ ଓଡ଼ିଶା ଫେରିଥିଲେ। ଘରକୁ ଫେରିବା ପରଠୁ ତାଙ୍କୁ କାଶ, ଥଣ୍ଡା ଲାଗି ରହିଛି। ଏନେଇ ସେ କନ୍ଧମାଳ CDMOଙ୍କୁ ଚିଠି ଲେଖିଥିଲେ। ଚିଠିରେ କରୋନା ଆଶଙ୍କା ଥିବା ନେଇ ଉକ୍ତ ଡାକ୍ତରୀ ଛାତ୍ର ଜଣକ ଜଣାଇଥିଲେ।

ଚିଠି ଲେଖି ଜଣାଇବା ପରେ ସମ୍ପୃକ୍ତ ଡାକ୍ତରୀ ଛାତ୍ରଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି।

You might also like