ଡାକ୍ତରଖାନା ଯିବା ପାଇଁ ରୋଗୀଙ୍କୁ ଭରସା ଖଟିଆ ଆଉ ପରିଜନଙ୍କ କାନ୍ଧ

ରାୟଗଡ଼ା: ପୁଣି ସାମ୍ନାକୁ ଆସିଲା ଉପାନ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟସେବାର ବିପର୍ଯ୍ୟସ୍ତ ଚିତ୍ର । ଏଠି ନା ଅଛି ରାସ୍ତାଘାଟ ସୁବିଧା, ନା ଗାଡ଼ିମଟର ସୁବିଧା। ବିପଦବେଳେ ଏଠି ଭରସା ସେଇ ଖଟିଆ, ପରିଜନ ଲୋକଙ୍କ କାନ୍ଧ।

ରାୟଗଡ଼ା ଜିଲ୍ଲା ଗୁଡାରୀ ବ୍ଲକ ତୁଲିପଡା ଗାଁରେ ଗତକାଲି ଗାଁର ଜଣେ ବ୍ୟକ୍ତି ଅସୁସ୍ଥ ହୋଇପଡିଥିଲେ । ଡାକ୍ତରଖାନାରେ ନ ପହଞ୍ଚାଇଲେ ଜୀବନ ପ୍ରତି ବିପଦ। ହେଲେ ଡାକ୍ତରଖାନା ଯିବେ କେମିତି ?  ଗାଁକୁ ଲାଗି ଯାଇଥିବା ନାଳ ଫୁଲୁଛି। ଛାତିଏ ଉଚ୍ଚରେ ପାଣିର ସୁଅ। ବ୍ରିଜ ନାହିଁ।  ଆମ୍ବୁଲାନ୍ସ ଆସିଲା ହେଲେ ନାଳ ଆରପାଖେ ଅଟକିଗଲା।

ଗ୍ରାମବାସୀ ବାଧ୍ୟ ହୋଇ ରୋଗୀଙ୍କୁ ଖଟିଆରେ ବୋହି ନାଳ ପାର କରିଥିଲେ। ପରେ ମେଡିକାଲକୁ ନେଇଥିଲ।  ତେବେ ଏଭଳି ଘଟଣା ବାରମ୍ବାର ହେଉଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ଖୁବଶୀଘ୍ର ନାଳ ଉପରେ ଓଭରବ୍ରିଜ୍ ତିଆରି ପାଇଁ ଲୋକେ ଦାବି କରିଛନ୍ତି ।

You might also like