କନ୍ଧମାଳ: ଚିକିତ୍ସା ଅବହେଳା କାରଣରୁ ଜଣେ ଯୁବକଙ୍କ ମୃତ୍ୟୁ ଅଭିଯୋଗ। କନ୍ଧମାଳ ଜିଲ୍ଲା କ୍ରିଟାଙ୍ଗିଆ ଗାଁରୁ ଆସିଛି ଏଭଳି ଅଭିଯୋଗ। ଏହି ଗାଁର ଅଂଶୁମାନ ନାୟକ ନାମକ ଜଣେ ଯୁବକଙ୍କ ଦେହ ଅସୁସ୍ଥ ହେବା ପରେ ତାଙ୍କୁ ରାଇକିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ତିନି ଦିନ ଧରି ଚିକିତ୍ସା ହେଉଥିଲେ ମଧ୍ୟ ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ହୋଇନଥିଲା। ଶେଷରେ ତାଙ୍କୁ ଫୁଲବାଣୀ ଜିଲ୍ଲା ହସ୍ପିଟାଲକୁ ଡାକ୍ତର ନେବାକୁ କହିବା ପରେ ହଠାତ ଯୁବକଙ୍କର ମୃତ୍ୟୁ ହୋଇଥିଲା।
ରାଇକିଆ ହସ୍ପିଟାଲରେ ସଠିକ ଚିକିତ୍ସା ନ ମିଳିବାରୁ ସମ୍ପୃକ୍ତ ଯୁବକଙ୍କର ମୃତ୍ୟୁ ହୋଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ସେପଟେ ଏ ନେଇ ରାଇକିଆ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।