ସୁବର୍ଣ୍ଣପୁର: ମାଆ ଓ ଶିଶୁର ବିକାଶ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି, ହେଲେ ଯୋଜନା କାର୍ଯ୍ୟକାରୀ ନହୋଇ ଅଧପନ୍ତରିଆ ହୋଇ ପଡ଼ିରହୁଛି। ଏହା ଏକ ଉଦାହରଣ ହେଉଛି, ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲିର ପ୍ରସୁତୀ ଓ ଶିଶୁ ସ୍ୱାସ୍ଥ୍ୟକେନ୍ଦ୍ର। ଏହାର ଉଦ୍ଘାଟନର ୩ ବର୍ଷ ବିତିଯାଇଥିଲେ ବି ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନି। ଫଳରେ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି।
୩୦ ଶଯ୍ୟା ବିଶିଷ୍ଟ ଏହି ଶିଶୁ ସ୍ୱାସ୍ଥ୍ୟକେନ୍ଦ୍ରରର ବିଲ୍ଡିଂରେ ଗାଇଗୋରୁ ବୁଲୁଥିବା ବେଳେ ମହୁଫେଣା ରହିଛି। ଏପର୍ଯ୍ୟନ୍ତ ଥରୁଟିଏ ବି ସ୍ୱାସ୍ଥ୍ୟକେନ୍ଦ୍ରର ଗେଟ୍ ଖୋଲିନଥିବା ଲୋକେ ଅଭିଯୋଗ କରିଛନ୍ତି।
୧୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଥିଲେ। ହେଲେ ଉଦ୍ଘାଟନର ୩ ବର୍ଷ ପରେ ବି ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଛନ୍ତି ଲୋକେ। ତେବେ ଯଥା ଶୀଘ୍ର ସ୍ୱାସ୍ଥ୍ୟକେନ୍ଦ୍ରକୁ କାର୍ଯ୍ୟକ୍ଷମ କରାଯିବ ବୋଲି ସିଡିଏମଓ ସରୋଜ କୁମାର ନାୟକ କହିଛନ୍ତି।