• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭୁବନେଶ୍ୱର: ମେଡିକାଲ ପାଠ୍ୟକ୍ରମରେ ନାମଲେଖାକୁ ନେଇ ଦେଖାଦେଇଛି ଅନିଶ୍ଚିତତା। MBBS ଓ BDS କୋର୍ସରେ ଆଡମିଶନ ନେଇ ବମ୍ବେ ହାଇକୋର୍ଟଙ୍କ ରହିତାଦେଶ ଯୋଗୁଁ ଆଡମିଶନ ଅପେକ୍ଷାରେ ଦେଶର ହଜାର ହଜାର ଛାତ୍ରଛାତ୍ରୀ। ଏହି କାରଣ ପାଇଁ ନିଟ୍ ଅଧୀନରେ ଆସୁଥିବା ଓଡ଼ିଶାର ୧୦ଟି ପ୍ରତିଷ୍ଠାନରେ ଖାଲି ପଡ଼ିଛି ୨୧୩ ସିଟ୍। ରାଜ୍ୟ କୋଟା ଅଧିନରେ ଓଡ଼ିଶାର ଅଧିକାଂଶ ମେଡିକାଲ କଲେଜରେ ଛାତ୍ରଛାତ୍ରୀମାନେ ଆଡମିଶନ ନେଇଛନ୍ତି। ରାଜ୍ୟ କୋଟାରେ ହାତଗଣତି ସିଟ୍ ଖାଲି ପଡିଥିବା ବେଳେ ପ୍ରତି କଲେଜରେ ସର୍ବଭାରତୀୟ କୋଟାର ୧୫ ପ୍ରତିଶତ ସିଟ୍ ଖାଲି ପଡ଼ିଛି। ଫଳରେ ରାଜ୍ୟର ୨୧୩ ସିଟ୍‌ରେ ଆଡମିଶନ ନେବାକୁ ଥିବା ଆଶାୟୀଙ୍କ ଭାଗ୍ୟ ଏବେ କୋର୍ଟଙ୍କ ଚୂଡାନ୍ତ ନିଷ୍ପତ୍ତି ପର୍ଯ୍ୟନ୍ତ ଲଟକି ରହିଛି।

ରାଜ୍ୟରେ ମେଡିକାଲ ପାଠ୍ୟକ୍ରମ ନାମଲେଖା ପ୍ରକ୍ରିୟା ପରିଚାଳନା କରୁଥିବା OJEE ସୂଚନା ଅନୁସାରେ ଉଭୟ MBBS ଓ BDS ପାଠ୍ୟକ୍ରମ ଲାଗି ଓଡ଼ିଶାରେ ରହିଛି ମୋଟ ୧୩୦୦ ସିଟ୍। ତା ମଧ୍ୟରୁ ୧୧୩୩ଟି ସିଟ୍ ରାଜ୍ୟ କୋଟାଧୀନ ଥିବା ବେଳେ ୧୬୭ଟି ସିଟ୍ ସର୍ବଭାରତୀୟ କୋଟା ଅଧିନରେ ରହିଛି। ଗତ ୧୨ ତାରିଖରେ ପ୍ରଥମ ପର୍ଯ୍ୟାୟ ନାମଲେଖାରେ ରାଜ୍ୟର ୧୦ଟି ପ୍ରତିଷ୍ଠାନରେ ରାଜ୍ୟ କୋଟାରେ ୧୦୮୭ ଜଣ ଛାତ୍ରଛାତ୍ରୀ ଆଡମିଶନ ନେଇଛନ୍ତି। ଏହା ପରେ ଜୁଲାଇ ୨୪ରେ ବିଭିନ୍ନ କଲେଜରେ ସର୍ବଭାରତୀୟ କୋଟାକୁ ମିଶାଇ ଖାଲି ଥିବା ସିଟ୍‌ର ତାଲିକା ପ୍ରକାଶ ପାଇବା କଥା। ହେଲେ ମହାରାଷ୍ଟ୍ର ସରକାରଙ୍କ ରାଜ୍ୟ କୋଟା ନିୟମକୁ ନେଇ ବମ୍ବେ ହାଇକୋର୍ଟରେ ମାମଲା ପରେ ଜାତୀୟ ସ୍ତରରେ ମେଡିକାଲ ନାମଲେଖା ପରିଚାଳନା କରୁଥିବା ମେଡିକାଲ କାଉନ୍‌ସେଲିଂ କମିଟିର ପ୍ରକ୍ରିୟା ଉପରେ ରୋକ୍ ଲଗାଇଛନ୍ତି ହାଇକୋର୍ଟ। ଫଳରେ ସାରା ଦେଶରେ ଏବେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଅଟକି ରହିଛି।

୨୦୧୮-୧୯ ଶିକ୍ଷାବର୍ଷ ଲାଗି ଆସନ୍ତା ସେପ୍ଟେମ୍ବରରୁ ଆରମ୍ଭ ହେବ ପାଠପଢ଼ା। ପ୍ରଥମ ପର୍ଯ୍ୟାୟରେ ଆଡମିଶନ ନେଇଥିବା ଛାତ୍ରଛାତ୍ରୀ ଏବେ କ୍ୟାମ୍ପସ ପ୍ରବେଶ କରି ସାରିଛନ୍ତି। ସେପଟେ ଦ୍ୱିତୀୟ ପର୍ଯ୍ୟାୟରେ ନାମଲେଖା ପାଇଁ ଅପେକ୍ଷା କରିଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କୋର୍ଟଙ୍କ ରାୟ ଉପରେ ନିର୍ଭର କରୁଛି।

Medical-college-admission-issue
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories