କରୋନା ସଂକ୍ରମଣ ହୋଇପାରେ! ପ୍ରବାସ ଫେରନ୍ତା ପାଖକୁ ଗଣମାଧ୍ୟମ ଯିବା ମନା

ଭୁବନେଶ୍ୱର: ପ୍ରବାସ ଫେରନ୍ତାଙ୍କ ପାଖକୁ ମିଡିଆ ଯିବା ମନା। ପ୍ରବାସୀ ଓଡ଼ିଆ ଫେରିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାନାମା। ଗଣମାଧ୍ୟମ ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସରକାର। ପ୍ରବାସ ଫେରନ୍ତାଙ୍କ ପହଞ୍ଚିବା ସ୍ଥଳକୁ ଯିବା ପାଇଁ ମିଡିଆକୁ ବାରଣ କରାଯାଇଛି। ରେଳ ଷ୍ଟେସନ କିମ୍ବା ଚେକ୍ ପଏଣ୍ଟ ସହିତ କ୍ୱାରେଣ୍ଟିନ ଓ ଆଇସୋଲେସନ କେନ୍ଦ୍ରକୁ ଯିବା ପାଇଁ ମଧ୍ୟ ମିଡିଆକୁ ବାରଣ କରାଯାଇଛି।

ମିଡିଆ କର୍ମୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏବଂ ସମ୍ଭାବ୍ୟ ସଂକ୍ରମଣ ରୋକିବାକୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଥିବା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ କୁହାଯାଇଛି ଯେ, ପ୍ରବାସୀଙ୍କ ଫେରିବା ସଂପର୍କିତ ଫଟୋ ଓ ସମ୍ବାଦ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସମସ୍ତ ଗଣମାଧ୍ୟମ ସଂସ୍ଥାକୁ ଯୋଗାଇ ଦିଆଯିବ।

You might also like