ଆରମ୍ଭ ହେଲା ମୟୂରଭଞ୍ଜ ମହୋତ୍ସବ

ତିନି ଦିନ ଧରି ଚାଲିବ ଏହି କାର୍ଯ୍ୟକ୍ରମ

ମୟୂରଭଞ୍ଜ: ରଙ୍ଗିନ୍ ଆଲୋକମାଳା, ସୁନ୍ଦର ଷ୍ଟେଜ୍ ଏବଂ  ତା ସହିତ କଳାକାରଙ୍କ ନୃତ୍ୟ ପ୍ରଦର୍ଶନରେ ଉଦଘାଟିତ ହୋଇଛି ମୟୁରଭଞ୍ଜ ମହୋତ୍ସବ। ଶୀତୁଆ ସଂଧ୍ୟାରେ ଲୋକଙ୍କର ଭିଡ଼ ସହିତ ଗୋଟିଏ ମଞ୍ଚରେ ବିଭିନ୍ନ ଆଡୁ ଆସିଥିବା କଳାକାରଙ୍କ ଓଡ଼ିଶୀ, ଛଉ, ଝୁମର, ଚାଙ୍ଗୁ , ଖଡିଆ ଭଳି ନୃତ୍ୟ ପ୍ରଦର୍ଶନ ଦେଖିବାକୁ ମିଳିଛି।

୩ ଦିନର ଏହି କାର୍ଯ୍ୟକ୍ରମରେ ଜିଲ୍ଲାର କୋଣ ଅନୁକୋଣରୁ ସାହିତ୍ୟିକ, ସଙ୍ଗୀତକାର, କଳାକାର, ଚିତ୍ରଶିଳ୍ପୀମାନେ ଏକାଠି ହେବା ସହ ସେମାନଙ୍କର କଳା ପ୍ରଦର୍ଶନ ସହ ଲୋକଙ୍କ ଗହଳି ଦେଖିବାକୁ ମିଳିଛି ।

କେବଳ ସାଂସ୍କୃତିକ ସଂଧ୍ୟା ନୁହେଁ, ବରଂ  ବିଭିନ୍ନ ଖାଦ୍ୟ ପଦାର୍ଥ ଏବଂ ମୀନାବଜାରର ମଜା ଉଠାଉଛନ୍ତି ଲୋକେ। ଖାସ୍ କରି ମୁଢି ମାଂସ ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

ଏହି ମହୋତ୍ସବର ଉଦ୍ଦେଶ୍ୟ ହେଉଛି ଜିଲ୍ଲାର ସଂସ୍କୃତି, ପରମ୍ପରା ଏବଂ ଐତିହ୍ୟକୁ ବଞ୍ଚାଇ ରଖିବା। ଏହି ଉତ୍ସବରେ ସାମିଲ ହେବା ପାଇଁ କେବଳ ମୟୁରଭଂଜ ନୁହେଁ, ବରଂ ଆଖପାଖ ବିଭିନ୍ନ ଜିଲ୍ଲାରୁ ଦର୍ଶକ ଆସୁଛନ୍ତି।

You might also like