ଅାରମ୍ଭ ହେଲା ମୟୂରଭଞ୍ଜ ମହୋତ୍ସବ ୨୦୧୮

ଉଦ୍‌ଘାଟନ କଲେ ଅଭିନେତା ଉତ୍ତମ ମହାନ୍ତି ଓ ଅସିତ୍‌ ପତି

ବାରିପଦା : ଅାରମ୍ଭ ହେଲା ମୟୂରଭଞ୍ଜ ମହୋତ୍ସବ ୨୦୧୮ । ଗତକାଲି ଏହାର ଉଦ୍‌ଘାଟନୀ ରାଲି ବାରିପଦା ଠାରେ ଅନୁଷ୍ଠିତ ହୋଇଥିଲା। ଓଲିଉଡ ଅଭିନେତା ଉତ୍ତମ ମହାନ୍ତି ଓ ଅସିତ୍‌ ପତି ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ।

ପରେ ଧୁମ୍‌ସାର ତାଳେ ତାଳେ ଅାଦିବାସୀ ନୃତ୍ୟ ପ୍ରଦର୍ଶିତ ହେବା ସହ ଛୋଟ ଛୋଟ ପିଲାମାନଙ୍କ ଡ୍ୟାନ୍ସ ମାଧ୍ୟମରେ ଏହି କାର୍ନିଭାଲ ସୋ’ ସହର ପରିକ୍ରମା କରିଥିଲା।

ଏହି ଉତ୍ସବରେ ଶହ ଶହ ଲୋକ ଭିଡ଼ ଜମାଇ ଗୀତନାଚର ମଜା ଉଠାଇବା ସହିତ ଏହି ସୋ’ରେ ସାମିଲ ହୋଇଥିଲେ।

 

You might also like