ଭୁଲିଗଲେ ମାନବିକତା: ହେଲମେଟ୍ ଚେକିଂ ବେଳେ ଗର୍ଭବତୀଙ୍କୁ ଚଲାଇ ନିଲମ୍ବିତ ହେଲେ OIC

ଉଦଳା: ଜଣେ ମହିଳା ହୋଇ ବି ବୁଝି ପାରିଲେନି ଗର୍ଭବତୀଙ୍କ କଷ୍ଟ। ଖାକି ପୋଷାକ ତଳେ ହଜିଗଲା ମାନବିକତା।  ହେଲମେଟ୍ ଚେକିଂ ବେଳେ ଗର୍ଭବତୀଙ୍କୁ ଚଲାଇଲେ। ଏହି ଘଟଣାରେ ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି ଏସ୍‌ପି। ଗତକାଲି ଶରତ ଥାନା OIC ରୀନା ବକ୍ସଲା  ନିର୍ଦ୍ଦେଶ ଯୋଗୁ ଜଣେ ଜଣେ ଗର୍ଭବତୀଙ୍କ ୩ କିମି ଚାଲି ଚାଲି ଥାନାକୁ ଆସିବାକୁ ବାଧ୍ୟ ହୋଇଥିଲେ। ଅଭିଯୋଗ ପାଇବା ପରେ ମୟୂରଭଞ୍ଜ ଏସ୍‌ପି ଗତକାଲି ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି।

ସୂଚନାଥାଉ କି, ଗତକାଲି ୧୦ଟାରେ  ଶରତ ଥାନା ଅଞ୍ଚଳର  ବିକ୍ରମ ବରୁଲି ତାଙ୍କ ୮ ମାସର ଗର୍ଭବତୀ ପତ୍ନୀଙ୍କୁ  ବାଇକ୍‌ରେ ବସାଇ ଚେକିଂ ପାଇଁ ଯାଉଥିଲେ । ହେଲ୍‌ମେଟ ଚେକିଂବେଳେ OIC ରୀନା ବକ୍ସଲା ତାଙ୍କୁ ଧରିଥିଲେ ଏବଂ ତାଙ୍କର ଚାଲାଣ କାଟିଥିଲେ। ହେଲେ ତାଙ୍କ ପାଖରେ ପଇସା ନ ଥିବାରୁ  ଅନ୍‌ଲାଇନ୍‌ରେ ପେମେଣ୍ଟ କରିଦେବେ ବୋଲି ବିକ୍ରମ କହିଥିଲେ। ହେଲେ ଏଥିରେ ରାଜି ହୋଇ ନ ଥିଲେ OIC ।

OIC ମହିଳାଙ୍କୁ ଛାଡ଼ି ବିକ୍ରମଙ୍କୁ ପୋଲିସ ଗାଡ଼ିରେ ବସାଇ ଥାନାକୁ ନେଇ ଯାଇଥିଲେ। ପରେ ଗର୍ଭବତୀ ମହିଳା କିଛି ବାଟ ନ ପାଇଁ ୩ କିମି ଚାଲି ଚାଲି ଥାନାକୁ ଯାଇଥିଲେ। ଘଟଣାକୁ ନେଇ ସ୍ୱାମୀସ୍ତ୍ରୀ SDPOଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ସଂପୃକ୍ତ OICଙ୍କ  ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ବିକ୍ରମଙ୍କ ପତ୍ନୀ ୮ ମାସ ଗର୍ଭବତୀ ଥିବା ଜାଣିବା ପରେ ଏସପି ଏପରି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ତେବେ ମହିଳାଙ୍କ ଅଭିଯୋଗ ନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନି

OIC ରୀନା ବକ୍ସଲାଙ୍କ ନିଲମ୍ବନ ପରେ କପ୍ତିପଦା OICଙ୍କୁ ଶରତ ଥାନାର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

 

You might also like