୪ ଦିନିଆ ମୟୂରଭଞ୍ଜ କଳା ପ୍ରଦର୍ଶନୀ ଅନୁଷ୍ଠିତ

ବାରିପଦା (ମାଣିକ ଲାଲ ପାଣି) : ବାରିପଦା ବେଲଗଡ଼ିଆ ରାଜପ୍ରାସାଦରେ ଅନୁଷ୍ଠିତ ହୋଇଯାଇଛି ୪ ଦିନିଆ ମୟୂରଭଞ୍ଜ କଳା ପ୍ରଦର୍ଶନୀ। ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା କଳାକୃତି ଏଠାରେ ପ୍ରଦର୍ଶିତ ହେଉଛି। ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା କଳା ପ୍ରଦର୍ଶନୀରେ ଦେଖିବାକୁ ମିଳିଛି ହସ୍ତଶିଳ୍ପ କଳାକୃତି। ରାଜ ପରିବାର ସଦସ୍ୟଙ୍କ ଦ୍ୱାରା ପ୍ରତିଷ୍ଠିତ ମୟୂରଭଞ୍ଜ ଫାଉଣ୍ଡେସନ ପକ୍ଷରୁ ଏହି କଳା ପ୍ରଦର୍ଶନୀ ଆୟୋଜିତ କରାଯାଇଛି। ଯାହାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମୁଛି।

କେଉଁଠି ସୁନ୍ଦର ଚିତ୍ରକଳା, ତ ଆଉ କେଉଁଠି ଆକର୍ଷଣୀୟ ଫଟୋଚିତ୍ର। ତା ସହ ଭଳି କି ଭଳି ହସ୍ତଶିଳ୍ପ, ହସ୍ତତନ୍ତ ଓ ନାନାଦି କଳାକୃତି। ମୟୂରଭଞ୍ଜ ଜିଲ୍ଲା ବାରିପଦା ବେଲଗଡିଆ ରାଜପ୍ରସାଦ ପରିସରରେ ଚାଲିଛି ମୟୂରଭଞ୍ଜ କଳା ପ୍ରଦର୍ଶନୀ।

ତୈଳଚିତ୍ର, ପଟ୍ଟଚିତ୍ର, ଧାତବ ଅଳଙ୍କାର, ଢୋକ୍ରା ଶିଳ୍ପ ଓ ତା ସାଙ୍ଗକୁ ସବାଇ ଘାସ ଓ ବାଉଁଶ ଶିଳ୍ପ ପ୍ରଦର୍ଶନୀରେ ସ୍ଥାନ ପାଇଛି ଆଖି ଝଲସାଇ ଦେଲାଭଳି ବିଭିନ୍ନ ସାମଗ୍ରୀ।  କାଠ, ପଥର, ମାଟି ଓ କାଚରେ ତିଆରି ଘରକରଣା ସାମଗ୍ରୀ କିଣିବାକୁ ବି ଲୋକଙ୍କ ଭିଡ଼ ଲାଗିଥିଲା। ବିଭିନ୍ନ ଷ୍ଟଲରେ ରାଜ ପରିବାର ସଦସ୍ୟଙ୍କ ଦ୍ୱାରା ପ୍ରତିଷ୍ଠିତ ମୟୂରଭଞ୍ଜର ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି ୪ ଦିନିଆ କଳା ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିଲେ ରାଜମାତା ଭାରତୀ ରାଜଲକ୍ଷ୍ମୀ ଭଞ୍ଜଦେଓ।

ବାରିପଦାରେ ପ୍ରଥମଥର ଆୟୋଜିତ ଏହି କଳା ପ୍ରଦର୍ଶନୀରେ ବହୁ ପୁରାତନ ଫଟୋଚିତ୍ର ସହ ବହୁ ପ୍ରତିଷ୍ଠିତ ଚିତ୍ରଶିଳ୍ପୀଙ୍କ ଚିତ୍ର ପ୍ରଦର୍ଶିତ ହୋଇଛି। ସେହିପରି ଗ୍ଲୋବାଲ ଓ୍ୱାର୍ମିଂ ରୋକିବାକୁ ବାର୍ତ୍ତା ଦେଉଥିବା ବାଲୁକା କଳା ବି ସ୍ଥାନ ପାଇଥିଲା ଏହି ପ୍ରଦର୍ଶନୀରେ। କେବଳ ଏତିକି ନୁହେଁ, ଚିତ୍ରକଳା କର୍ମଶାଳା ସହ ପ୍ରତି ସଂଧ୍ୟାରେ ଆୟୋଜିତ ହୋଇଥିଲା କୁନିକୁନି ପିଲାଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ।

ଧୀରେଧୀରେ ଆଧୁନିକତାର ପ୍ରଭାବରେ ହଜାଯାଉଛି ବିଭିନ୍ନ ଲୋକକଳା ଓ ହସ୍ତଶିଳ୍ପ।  ତେବେ ରାଜ୍ୟର କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା ଓ ହସ୍ତଶିଳ୍ପର ପ୍ରଚାର ପ୍ରସାର ତଥା ସଂରକ୍ଷଣ ପାଇଁ ଏଭଳି ପ୍ରଦର୍ଶନୀର ଆୟୋଜନ ସତରେ ଖୁବ୍ ସ୍ୱାଗତଯୋଗ୍ୟ ପଦକ୍ଷେପ।

ଆହୁରି ପଢ଼ନ୍ତୁ

ତୀର ମାଡ଼ରେ ଯୁବକଙ୍କ ମୃତ୍ୟୁ

ପିଜି ପ୍ରବେଶିକା ପରୀକ୍ଷାର ସମୟସାମା ଦୃଦ୍ଧି କଲା ଉଚ୍ଚଶିକ୍ଷା ବିଭାଗ

ସନ୍ଦିଗ୍ଧ ଆତଙ୍କୀ ଲିଙ୍କରେ ଭୁବନେଶ୍ୱରରୁ ଜଣକୁ ଉଠାଇ ନେଲା NIA

ପୋଖରୀରେ ବୁଡ଼ିଗଲେ ଦୁଇ ଭଉଣୀ

ଭଡ଼ା ଘରୁ ମିଳିଲା ଇଞ୍ଜିନିୟରିଂ କଲେଜ ପ୍ରଫେସରଙ୍କ ମୃତଦେହ

ଆଡ଼ ଆଖିରେ ଚାହିଁଲେନି ଭାଇବନ୍ଧୁ, ରାସ୍ତା ଉପରେ ଶୁଆଇ ସହାୟତା ଦାବି କଲେ ଗାଁଲୋକ

୨୪ ଘଣ୍ଟାରେ ଆଖି ବୁଜିଲେ ୧୩ କରୋନା ରୋଗୀ

ଓଡ଼ିଶାରେ ସୁଧୁରୁଛି କରୋନା ସ୍ଥିତି: ୨୪ ଘଣ୍ଟାରେ ୧,୯୩୧ ପଜିଟିଭ୍‌ ଚିହ୍ନଟ

୪୮ ଘଣ୍ଟାରେ ଅବପାତର ରୂପ ନେଇପାରେ ଲଘୁଚାପ

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଦିବ୍ୟାଙ୍ଗ ବାଳିକା

ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ୱାର୍ଣ୍ଣିଂ

ସ୍ୱାଭିମାନ ଅଞ୍ଚଳରେ ମୁଣ୍ଡ ଗଡ଼ାଇଲେ ମାଓବାଦୀ

You might also like