• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭୁବନେଶ୍ୱର: ଗତକାଲି ଡ୍ରେନ୍‌ରେ ଭାସିଯାଇ ଜଣଙ୍ଗର ମୃତ୍ୟୁହେବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନା। ବର୍ଷା ବେଳେ ଡ୍ରେନ୍‌ ନିକଟକୁ ନଯାଇ, ନିଜେ ସଚେତନ ରହିବା ପାଇଁ ଦେଇଛନ୍ତି ପରାମର୍ଶ। ଏପଟେ ଜୀବନ ଯିବା ପରେ ଆରମ୍ଭ ହୋଇଛି ସରକାରୀ ତତ୍ପରତା। ପ୍ରଶାସନର ଅପାରଗତା ଯୋଗୁ ସୋମବାର ଗଙ୍ଗନଗର ଅଞ୍ଚଳରେ ହରିହର ପଟ୍ଟନାୟକ ଡ୍ରେନ୍‌ରେ ଭାସି ପ୍ରାଣ ହରାଇଲେ। ଡ୍ରେନ୍‌କୁ ବ୍ୟାରିକେଡିଂ କରାଯିବା ସହ ସତର୍କ ସୂଚନା ଫଳକ ଲଗାଯାଇଛି।

ବର୍ଷ ତମାମ୍ ବିଏମ୍‌ସି ଏବଂ ଆର୍ ଆଣ୍ଡ ବି ବିଭାଗ ପକ୍ଷରୁ ଡ୍ରେନେଜ୍ କାମ କରାଯାଉଛି। ତେବେ ଡ୍ରେନ୍ ତିଆରି କି ମରାମତି ସମୟରେ ଯାହା ସବୁ ସେଫ୍ଟି ଗାଇଡ୍ ଲାଇନ୍ ନେବା କଥା ତାହା କାହିଁକି ନିଆଯାଉନି।

ଏଣେ ସୋମବାରର ଦୁର୍ଘଟଣା ପରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ କ୍ୟାପିଟାଲ୍ ଥାନାରେ ବିଏମ୍‌ସି ଏବଂ ଆର୍ ଆଣ୍ଡ୍ ବି ବିଭାଗ ନାଁରେ ଲିଖିତ ଅଭିଯୋଗ କରାଯାଇଛି।

ପୂର୍ବରୁ ମଧ୍ୟ ନୟାପଲ୍ଲୀ ଓ ସାଲିଆସାହି ଅଞ୍ଚଳରେ ମୁକୁଳା ଡ୍ରେନ୍‌ ପାଣିରେ ଭାସିଯାଇ ଲୋକଙ୍କ ଜୀବନ ଯାଇଛି। ଏହାସତ୍ତ୍ୱେ ବି ଆକ୍ସନ ପ୍ଲାନ୍‌ରେ ସୁଧାର ଆସିନି। କୃତ୍ରିମ ବନ୍ୟା ଲାଗି ଭୁବନେଶ୍ୱରରେ ଦୁର୍ଘଟଣା ସଂଖ୍ୟା ବି ବଢ଼ିଯାଇଛି। ତେବେ ଏସବୁ ସମସ୍ୟାର ସମାଧାନ କେବଳ ସଠିକ୍ ପ୍ଲାନ୍ ଓ କାର୍ଯ୍ୟକାରିତା ଉପରେ ନିର୍ଭର କରୁଥିବା କହିଛନ୍ତି ଟାଉନ୍ ପ୍ଲାନର୍।

Mayor-says-not-to-go-nearby-drains-when-it-is-raining
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories