ବ୍ରହ୍ମଗିରି ବ୍ଲକ୍‌ ଅଫିସରେ ଖଣ୍ଡଯୁଦ୍ଧ

ବ୍ରହ୍ମଗିରି : ରଣକ୍ଷେତ୍ର ପାଲଟିଲା ବ୍ରହ୍ମଗିରି ବ୍ଲକ ଅଫିସ୍। ବ୍ରହ୍ମଗିରି ବ୍ଲକ୍‌ ଅଫିସରେ ଖଣ୍ଡଯୁଦ୍ଧ ହୋଇ ୨ଜଣ ଅାହତ। ତେବେ ଅାହତଙ୍କ ମଧ୍ୟରୁ ଜଣେ ସମିତି ସଭ୍ୟ, ଅନ୍ୟ ଜଣେ ସମିତି ସଭ୍ୟଙ୍କ ସ୍ୱାମୀ । ଘଟଣାସ୍ଥଳରେ ୧୪୪ ଧାରା ଜାରି ହୋଇଛି।

ସୂଚନା ମୁତାବକ, ବିଜେପି ଏବଂ ବିଜେଡି ସମର୍ଥିତ ସରପଞ୍ଚ, ସମିତି ସଭ୍ୟ ହାତାହାତି ହୋଇଛନ୍ତି। ବିଭିନ୍ନ ଦାବିରେ ଧାରଣା ଦେଉଥିଲେ ବିଜେପି ସମର୍ଥିତ ଲୋକ ପ୍ରତିନିଧି। ଅାଜି ଅାନ୍ଦୋଳନକାରୀଙ୍କୁ ଡାକି ଅାଲୋଚନା କରୁଥିଲେ ବିଡିଓ। ତେବେ ଅାଲୋଚନା ବେଳେ ଧସେଇ ପଶିଲେ ବିଜେଡି ସମର୍ଥିତ ଲୋକ ପ୍ରତିନିଧି।

ତାପରେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇ ଉଭୟ ପକ୍ଷରୁ ୨ ଜଣ ଅାହତ ହୋଇଛନ୍ତି । ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

You might also like