ପ୍ରଥମ ପିକ୍ ତୁଳନାରେ ଦ୍ୱିତୀୟ ପିକ୍ ୪ ଗୁଣା ଅଧିକ

ମେ ୬ ଦେଶର ପିକ୍‌ ଟାଇମ୍‌ ଥିଲା

ଭୁବନେଶ୍ୱର: ପ୍ରଥମ ପିକ୍ ତୁଳନାରେ ଦ୍ୱିତୀୟ ପିକ୍ ୪ ଗୁଣା ରହିଛି ବୋଲି କହିଲେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ACS ପ୍ରଦୀପ୍ତ ମହାପାତ୍ର। ୨ ସପ୍ତାହ ତଳେ ବିଶ୍ୱର ମୋଟ ସଂକ୍ରମିତଙ୍କ ୫୪% ଆମ ଦେଶର ଥିଲେ। ବର୍ତ୍ତମାନ ବିଶ୍ୱର ମୋଟ ସଂକ୍ରମିତଙ୍କ ମଧ୍ୟରୁ ଭାରତର ସଂଖ୍ୟ ୩୪% ରହିଛି। ମେ ୬ରେ ଦେଶରେ ୪.୧୪ ଲକ୍ଷ ସଂକ୍ରମିତ ଚିହ୍ନଟ ହୋଇଥିଲେ, ଏହାକୁ ଆମେ ଆମ ଦେଶର ପିକ୍ ଭାବେ ଧରି ନେଇଛୁ ବୋଲି କହିଲେ ACS। ଏହାସହ ଗତ ସେମ୍ବେର ୧୬ରେ ସର୍ବାଧିକ ୯୭ ହଜାର ସଂକ୍ରମିତ ଚିହ୍ନଟ ହୋଇଥିଲେ। ଗତବର୍ଷ ସେପ୍ଟେମ୍ବର ୧୬କୁ ସେତେବେଳେ ପିକ୍ ଧରା ଯାଇଥିଲା। ପ୍ରଥମ ପିକ୍ ତୁଳନାରେ ଦ୍ୱିତୀୟ ପିକ୍ ୪ ଗୁଣା ଅଧିକ ବୋଲି ସେ କହିଛନ୍ତି।
କରୋନା ସଂକ୍ରମଣକୁ ନେଇ ପ୍ରେସମିଟ୍‌ କଲେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ACS। ରାଜ୍ୟରେ ବର୍ତ୍ତମାନ ସମୟରେ ପଜିଟିଭିଟି କମୁଛି ବୋଲି କହିଲେ ACS।  ମେ ୨୨ରେ ସର୍ବାଧିକ ୧୨,୮୫୨ ପଜିଟିଭ ଚିହ୍ନଟ ହୋଇଥିଲେ। ଏହାପରେ ବାତ୍ୟା ପାଇଁ ଟେଷ୍ଟ କମିବାରୁ ପଜିଟିଭ ସଂଖ୍ୟା କମିଥିଲା ବୋଲି ସେ କହିଛନ୍ତି। ଏହାସହ ମାତ୍ର ପରବର୍ତ୍ତୀ ପର୍ଯ୍ୟାୟରେ ଟେଷ୍ଟ ବଢ଼ିଥିଲେ ବି ସଂକ୍ରମଣ କମିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଭାଗର ACS ପ୍ରଦୀପ୍ତ ମହାପାତ୍ର। କେବଳ ଏତିକି ନୁହେଁ ବରଂ ଆଜି ରାଜ୍ୟରେ ୯୫୪୧ ପଜିଟିଭ ଚିହ୍ନିତ ହୋଇଛନ୍ତି। ମେ ୨୨ ତାରିଖକୁ ଆମ ରାଜ୍ୟ ପାଇର୍ଁ ପିକ୍ ବୋଲି ଧରିବାକୁ ହେବ। ଏହାସହ ପଡ଼ୋଶୀ ଛତିଶଗଡ଼ ଓ ଝାଡ଼ଖଣ୍ଡରେ ସଂକ୍ରମଣ କମିବା ଆଶ୍ୱସ୍ତିକର ଖବର ଆମ ରାଜ୍ୟ ପାଇଁ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।
ସେପଟେ, ଆଜି ରାଜ୍ୟରେ ଆଉ ୩୩ କରୋନା ସଂକ୍ରମିତଙ୍କ ମୃତ୍ୟୁ। ଆଜିର ମୃତ୍ୟୁ ସହ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୨ ହଜାର ୭୧୯କୁ ବୃଦ୍ଧି ପାଇଛି । ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବୌଦ୍ଧ, କଳହାଣ୍ଡି, ନବରଙ୍ଗପୁର ଓ ସୁନ୍ଦରଗଡ଼ରୁ ଜିଲ୍ଲାରୁ ୩ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋ‍ଇଛି। ସେହିପରି କଟକ, ଦେବଗଡ଼, ଗଜପତି, କନ୍ଧମାଳ, କେନ୍ଦୁଝର ଓ ଖୋର୍ଦ୍ଧା ଜିଲ୍ଲାରୁ ୨ ଲେଖାଏଁ ଏବଂ ଗଞ୍ଜାମ, କୋରାପୁଟ, ମାଲକାନଗିରି ଓ ରାୟଗଡ଼ାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋ‍ଇଛି । ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଚାଲିଥିବା ଦୁଇ ଦିନିଆ ସପ୍ତାହାନ୍ତ ସଟଡାଉନର ଆଜି ଦ୍ୱିତୀୟ ଦିନ। ଆଜି ମଧ୍ୟ ବନ୍ଦ ରହିବ ଦୋକାନ ବଜାର। ରାଜ୍ୟରେ ଦୈନିକ ସଂକ୍ରମଣ ଉପରେ ବ୍ରେକ୍ ଲଗାଇବା ପାଇଁ ପ୍ରତି ସପ୍ତାହର ଶେଷ ଦୁଇ ଦିନ ଶନି ଓ ରବିବାର ସଟଡାଉନ କରାଯାଉଛି
You might also like