ଭାଙ୍ଗିଲା ମୌତ୍ କା କୂଆଁ, ୬ ଆହତ

ନୂଆପଡ଼ା: ମୌତ୍ କା କୂଆଁ ଭାଙ୍ଗି ପଡ଼ିବା ଫଳରେ ୬ଜଣ ଆହତ ହୋଇଛନ୍ତି। ନୂଆପଡ଼ା ସିନାପାଲିରେ ଏହି ଅଘଟଣ ଘଟିଛି।

ସୂଚନ ଅନୁସାରେ, ସିନାପାଲିରେ ପଡ଼ିଥିବା ମୀନାବଜାରରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସେଠାରେ ପଡ଼ିଥିବା ମୌତ୍ କା କୂଆଁ ଖେଳ ଚାଲିଥିବା ବେଳେ ହଠାତ୍ ଏହା ଭାଙ୍ଗି ପଡ଼ିଥିଲା। ଫଳରେ ଖେଳ ଦେଖୁଥିବା ୬ ଜଣ ଦର୍ଶକ ଏହା ଭିତରେ ପଡ଼ିଯାଇଥିଲେ।

ଆହତ ସମସ୍ତଙ୍କୁ ସିନାପାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ନୂଆପଡ଼ା ଓ ଭବାନୀପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ତେଣୁ ଏହି ବିପଜ୍ଜନକ ଖେଳକୁ ଓଡ଼ିଶା ସରକାର ବ୍ୟାନ୍‌ କରିବା ଉଚିତ୍ ବୋଲି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଟ୍ୱିଟ୍‌ କରି କହିଛନ୍ତି।

You might also like