୩୧ଟି ସ୍କୁଲ୍‌ରେ ଫଳାଫଳ ଶୂନ୍‌

ଭୁବନେଶ୍ୱର: ଚଳିତ ବର୍ଷ ମାଟ୍ରିକ୍‌ ପାସ୍ ‌ହାରରେ ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ। ଝିଅଙ୍କ ପାସ୍ ହାର ୮୧.୯୮% ଥିବାବେଳେ ପୁଅଙ୍କ ପାସ୍ ହାର ୭୭.୮% ରହିଛି।

ତେବେ ୩୧ଟି ସ୍କୁଲ୍‌ରେ‌ ଜଣେ ହେଲେ ବି ପାସ୍ କରି ନାହାନ୍ତି। ଏଠାରେ ଫଳାଫଳ ଶୂନ୍‌। କାହିଁକି ଏହିସବୁ ସ୍କୁଲ୍‌ରେ ରେଜଲ୍ଟ ଖରାପ ହେଲା, ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ଗତଥର ୮୨ଟି ସ୍କୁଲ୍‌ରେ ଫଳାଫଳ ଶୂନ୍‌ ହୋଇଥିଲା।

ଚଳିତ ବର୍ଷ ୫,୩୪,୮୪୩ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪,୨୧,୨୫୬ କୃତକାର୍ଯ୍ୟ ହୋଇଛନ୍ତି। ୧,୨୭୯ ଛାତ୍ରଛାତ୍ରୀଙ୍କୁ A1 ଗ୍ରେଡ୍ , ୮,୪୫୮ଜଣ A2 ଗ୍ରେଡ୍‌, ୧୮,୧୮୮ଜଣ B1 ଗ୍ରେଡ୍‌, ୩୧,୩୨୮ଜଣ B2 ଗ୍ରେଡ୍‌, ୪୯,୧୫୩ ଜଣ C ଗ୍ରେଡ୍‌, ୮୯,୫୫୬ ଜଣ D ଗ୍ରେଡ୍‌ ଓ ୨,୨୩,୧୯୫ଜଣ ଛାତ୍ରଛାତ୍ରୀଙ୍କୁ E ଗ୍ରେଡ୍‌ ମିଳିଛି।

ଆହୁରି ମଧ୍ୟ ପଢ଼ନ୍ତୁ: ପ୍ରକାଶ ପାଇଲା ମାଟ୍ରିକ୍‌ ରେଜଲ୍ଟ, ବାଜି ମାରିନେଲେ ଝିଅ

ଆହୁରି ପଢ଼ନ୍ତୁ

You might also like