ମେ ୩ ରୁ ଆରମ୍ଭ ହେବ ମ୍ୟାଟ୍ରିକ ପରୀକ୍ଷା

ମାଟ୍ରିକ ପରୀକ୍ଷା ସୂଚୀ ନେଇ ଗଣଶିକ୍ଷା ବିଭାଗର ସୂଚନା

  • ମାଟ୍ରିକ ପରୀକ୍ଷା ସୂଚୀ ନେଇ ଗଣଶିକ୍ଷା ବିଭାଗର ସୂଚନା
  • ମେ ୩ରୁ ୧୫ ଯାଏଁ ଚାଲିବ ମାଟ୍ରିକ ପରୀକ୍ଷା
  • ମେ ୩ରୁ ୧୨ ଯାଏଁ ସଂସ୍କୃତ ମଧ୍ୟମା ପରୀକ୍ଷା
  • ମେ ୩ରୁ ୧୫ ଯାଏଁ ଓଡ଼ିଶା ମୁକ୍ତ ବିଦ୍ୟାଳୟ ପରୀକ୍ଷା ହେବ

ଭୁବନେଶ୍ୱର: ମେ ୩ ତାରିଖରୁ ଆରମ୍ଭ ହେବ ମ୍ୟାଟ୍ରିକ ପରୀକ୍ଷା। ୩ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ୧୫ ତାରିଖରେ ସରିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ମେ ୩ ରୁ ୧୨ ଯାଏଁ ସଂସ୍କୃତ ମଧ୍ୟମା ପରୀକ୍ଷା ହେବ ବୋଲି ଜଣାଯାଇଛି। ଏଥର ସମାନ ସମୟ ମଧ୍ୟରେ ଓଡ଼ିଶା ମୁକ୍ତ ବିଦ୍ୟାଳୟ ପରୀକ୍ଷା ହେବ ବୋଲି ସୂଚନା ରହିଛି।

ତେବେ ଏହା ପୂର୍ବରୁ ଚଳିତଥର ନିଜ ସ୍କୁଲ୍‌ରେ ମାଟ୍ରିକ୍‌ ପରୀକ୍ଷା ଛାତ୍ରଛାତ୍ରୀ ଦେବେ ବୋଲି ସରକାର ଘୋଷଣା କରିଥିଲେ। ଏହାସହ ଅନ୍ୟ ସ୍କୁଲ୍‌ର ଶିକ୍ଷକ ପରୀକ୍ଷା ନିରୀକ୍ଷକ ହେବେ ବୋଲି କୁହାଯାଇଥିଲା। କେବଳ ଏତିକି ନୁହେଁ  ଅଢ଼େଇ ଘଣ୍ଟା ବଦଳରେ ୨ ଘଣ୍ଟା ରହିବ ପରୀକ୍ଷା ଅବଧି। କରୋନା ଯୋଗୁ ଯେଭଳି ଛାତ୍ରଛାତ୍ରୀଙ୍କ କୌଣସି ଅସୁବିଧା ନହୁଏ ସେଥିପାଇଁ ଏଥର ନିଜ ସ୍କୁଲ୍‌ରେ ସମସ୍ତ ପରୀକ୍ଷାର୍ଥୀ ପରୀକ୍ଷା ଦେବାର ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପୂରା ସୂଚନା ଦିଆଯାଇଛି।

ମିଳିଥିବା ସୂଚନା ଅନୁସାରେ, ପୂର୍ବରୁ ମାଟ୍ରିକ୍‌ ପରୀକ୍ଷା ଅନ୍ୟ ସ୍କୁଲରେ ଅନୁଷ୍ଠିତ ହୋଇଥାଏ। ତେବେ ଏଥର ପରୀକ୍ଷାର କାର୍ଯ୍ୟସୂଚୀ ସମୟ ଓ ସ୍ଥାନ ପରିବର୍ତ୍ତନ କରାଯାଇଛି। ଏଥର ସବୁ ପରୀକ୍ଷାର୍ଥୀ ନିଜ ସ୍କୁଲ୍‌ରେ ପରୀକ୍ଷା ଦେବେ। କରୋନା ଯୋଗୁ ରହିବା ଓ ଯାତାୟତରେ ଅଭିଭାବକ,ଛାତ୍ରଛାତ୍ରୀ ଅସୁବିଧାର ସାମ୍ନା କରିବାର ଆଶଙ୍କା ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

You might also like