ମାଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲ!

ଭୁବନେଶ୍ୱର: ମାଟ୍ରିକ୍‌ ପରୀକ୍ଷା ଆରମ୍ଭ ଦିନରୁ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ଅଭିଯୋଗ ହୋଇଛି। ଆଜି ମାତୃଭାଷା ଓଡ଼ିଆ ପରୀକ୍ଷା ଚାଲିଥିବାବେଳେ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଚର୍ଚ୍ଚା।

ମାଟ୍ରିକ ପରୀକ୍ଷା ସରିବା ପୂର୍ବରୁ ବାହାରେ ପ୍ରଶ୍ନପତ୍ର ବୁଲୁଥିବା ସୂଚନା ମିଳିଛି। ସୋଶାଲ୍‌ ମିଡିଆରେ ବୁଲୁଥିବା ଭାଇରାଲ ପ୍ରଶ୍ନପତ୍ର ଓ ଓରିଜିନାଲ ପ୍ରଶ୍ନପତ୍ର ମେଳ ଖାଉଥିବା ଦେଖିବାକୁ ମିଳିଛି।

ନୂଆପଡ଼ାରେ ପ୍ରଥମେ ପ୍ରଶ୍ନପତ୍ର ଭାଇରାଲ୍‌ ହୋଇଥିବା ଅଭିଯୋଗ ଆସିଥିଲା। ଏହାପରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ପ୍ରଶ୍ନପତ୍ର ସୋଶାଲ୍‌ ମିଡିଆରେ ବୁଲୁଥିବା ଅଭିଯୋଗ ହୋଇଥିଲା।

ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଜଣାପଡ଼ିବା ପରେ ପରୀକ୍ଷାର୍ଥୀ ଚିନ୍ତା ବ୍ୟକ୍ତ କରିଛନ୍ତି। ବର୍ଷ ଯାକର ପରିଶ୍ରମ କାଳେ ବ୍ୟର୍ଥ ହୋଇଯିବ ସେ ଚିନ୍ତା ଏବେ ପିଲାଙ୍କୁ ଘାରିଛି।

ଅନ୍ୟପଟେ, ପ୍ରଶ୍ନପତ୍ର ଭାଇରାଲ ସମ୍ପର୍କରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ପ୍ରତିକ୍ରିୟା ରଖିଛନ୍ତି। ଏମିତି କିଛି ହୋଇନଥିବ ବୋଲି ସେ କହିଛନ୍ତି।

ସେପଟେ ମାଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲକୁ ବୋର୍ଡ କର୍ତ୍ତୃପକ୍ଷ ସ୍ୱୀକାର କରିଛନ୍ତି। ବୋର୍ଡ ସଭାପତି ଜାହାନ ଆରା ବେଗମ କହିଛନ୍ତି, କେଉଁ ପରିସ୍ଥିତିରେ ଭାଇରାଲ ହୋଇଛି ତାହାର ତଦନ୍ତ କରାଯିବ।

ଆହୁରି ମଧ୍ୟ ପଢ଼ନ୍ତୁ: ଆରମ୍ଭ ହେଲା ମାଟ୍ରିକ୍‌ ପରୀକ୍ଷା

 

You might also like