ପ୍ରଶ୍ନପତ୍ର ଭାଇରାଲ୍‌ରେ ଲାଗୁନି ରୋକ୍: ଓଡ଼ିଆ, ଇଂରାଜୀ ପରେ ଏବେ ଗଣିତ ପାଳି

ଭୁବନେଶ୍ୱର: ମ୍ୟାଟ୍ରିକ୍ ପରୀକ୍ଷାର ପିଛା ଛାଡୁନି ଭାଇରାଲ୍ ଭୂତ। ପରୀକ୍ଷା ଆରମ୍ଭ ହେଲା ଦିନଠୁ କେଉଁଠି ନା କେଉଁଠି ପ୍ରଶ୍ନପତ୍ର ଭାଇରାଲ୍ ହେଉଛି। କଡ଼ା ସୁରକ୍ଷା ସହ ବ୍ୟାପକ ସତର୍କତା ସତ୍ତ୍ୱେ କଳାହାଣ୍ଡିରେ ଆଜି ଗଣିତ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ପଦାକୁ ଆସିଛି। ଏହି ଘଟଣାରେ କିଛି କର୍ମଚାରୀଙ୍କୁ ଚାକିରିରୁ ସସ୍‌ପେଣ୍ଡ କରାଯାଇଛି।

ପୂର୍ବରୁ ଓଡ଼ିଆ ଓ ଇଂରାଜୀ ବିଷୟରେ ପ୍ରଶ୍ନପତ୍ର ଭାଇରାଲ୍ ହୋଇସାରିଥିବା ବେଳେ ଆଜି ଗଣିତ ପ୍ରଶ୍ନପତ୍ର ଭାଇରାଲ୍‌ ହେବା ଛାତ୍ରଛାତ୍ରୀ, ଅଭିଭାବକଙ୍କ ସହିତ ଶିକ୍ଷା ବିଭାଗର ଚିନ୍ତାର କାରଣ ପାଲଟିଛି।

ତେବେ ଆଜି ଗଣିତ ପରୀକ୍ଷା ଆରମ୍ଭର ଅଧଘଣ୍ଟା ପରେ ‘D’ ସେଟ୍‌ର ଗଣିତ ପ୍ରଶ୍ନପତ୍ର ମୋବାଇଲ୍‌ରୁ ମୋବାଇଲ୍ ଘୂରି ବୁଲିଥିଲା। ଘଣ୍ଟାଏ ଭିତରେ ପଡ଼ୋଶୀ ଜିଲ୍ଲାରେ ବି ଏହା ବ୍ୟାପୀ ଯାଇଥିଲା। ପ୍ରଶ୍ନପତ୍ର ସହ ଜଣେ ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡର ଫଟୋ ବି ସାମ୍ନାକୁ ଆସିଛି। ଘଟଣାରେ କଳାହାଣ୍ଡି  ରେଙ୍ଗାଲପାଲି ପରମାନନ୍ଦ ଉଚ୍ଚ ବିଦ୍ୟାପୀଠ ସୁପରିଟେଣ୍ଡେଣ୍ଟ ରବୀନ୍ଦ୍ର ମୁଣ୍ଡ, ପରୀକ୍ଷା ନିରୀକ୍ଷକ ବ୍ରଜେନ୍ଦ୍ର ବେହେରା ଓ ରିଲିଭର ପୁଷ୍ପାଞ୍ଜଳି ଦଳପତିଙ୍କୁ ସସ୍‌ପେଣ୍ଡ କରାଯାଇଛି।

ଫେବୃୟାରୀ ୨୨ ତାରିଖ ମ୍ୟାଟ୍ରିକ୍ ପରୀକ୍ଷାର ପ୍ରଥମ ଦିନରେ ଏକାଧିକ ସ୍ଥାନରେ ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିଲା। ଏହାପରେ ଇଂରାଜୀ ପ୍ରଶ୍ନପତ୍ର ବି ଲିକ୍ ହୋଇଥିବା ଅଭିଯୋଗ ଉଠିଥିଲା। ପ୍ରଶ୍ନପତ୍ର ଭାଇରାଲ୍‌କୁ ରୋକିବା ପାଇଁ ସିସିଟିଭିଠୁ ଆରମ୍ଭ କରି ମୋବାଇଲ୍ କଟକଣାକୁ କଡ଼ାକଡ଼ି କରାଯାଇଥିବା କହିଥିଲା ବୋର୍ଡ। ତେବେ ଏତେସବୁ କଟକଣା ପରେ ପ୍ରଶ୍ନପତ୍ର ଭାଇରାଲ୍‌ ହେବା ପ୍ରଶାସନର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏହି ଅଭିଯୋଗରେ ଏଯାଏ ୭ ଶିକ୍ଷକଙ୍କ ସମେତ ସମୁଦାୟ ୧୧ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।  ହେଲେ ପ୍ରଶ୍ନପତ୍ର ଭାଇରାଲ୍ ଉପରେ ବୋର୍ଡ ବ୍ରେକ୍ ଲଗାଇ ପାରୁନି କି  ଅସଲି ଭାଇରାଲକାରୀଙ୍କୁ ବି ଧରିବାରେ ସକ୍ଷମ ହେଉନି।

ଆହୁରି ପଢ଼ନ୍ତୁ

JEE Advanced 2020: କୋଭିଡ୍‌ ଗାଇଡ୍‌ଲାଇନ୍ସ ପାଳନ କରି ହେବ ପରୀକ୍ଷା

ଗ୍ୟାସ ସିଲିଣ୍ଡର ସଜାଡ଼ୁଥିବା ବେଳେ ହଠାତ୍ ଲାଗିଲା ନିଆଁ; ୬ ଗୁରୁତର

ବିଧାନସଭା ଅଧିବେଶନରେ ସରକାରଙ୍କୁ ଘେରିବାକୁ ବିଜେପିର ରଣନୀତି

ସୁସ୍ଥ ହେଲେ ୪୭୬୧ କରୋନା ଆକ୍ରାନ୍ତ

ରାଜନେତାଙ୍କ ଅପରାଧିକ ମାମଲାର ତଥ୍ୟ ଦିଅ: ହାଇକୋର୍ଟ

ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଉ ୩୧୯ ପଜିଟିଭ୍ ଚିହ୍ନଟ

ବୈଜୟନ୍ତ ପୁଣି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ

ଉଚ୍ଛେଦ ହେଲା ଭୁବନେଶ୍ୱର ୟୁନିଟ-୨ ମାର୍କେଟ ବିଲ୍ଡିଂର ଉଠା ଦୋକାନ

ଓଟିଭି ଏମ୍‌ଡିଙ୍କ ବିରୋଧରେ ପୁଣି ଏକ ଅଭିଯୋଗ

ସହକାରୀ ଜିଲ୍ଲାପାଳଙ୍କୁ ମାଡ଼ ମାରି ପରିବାର ସହ ଗିରଫ ହେଲେ ଘର ମାଲିକ

ଦିନକରେ ୧୬ କରୋନା ରୋଗୀ ଆଖି ବୁଜିଲେ

୨୪ ଘଣ୍ଟାରେ ଚିହ୍ନଟ ହେଲେ ୪, ୩୫୬ କରୋନା ଆକ୍ରାନ୍ତ, ରେକର୍ଡ ଭାଙ୍ଗିଲା ଖୋର୍ଦ୍ଧା‌

You might also like