କାଲିଠୁ ମାଟ୍ରିକ ଖାତା ମୂଲ୍ୟାୟନ; ଗହଳି ରୋକିବାକୁ ୩ଟି ପର୍ଯ୍ୟାୟରେ ଖାତାଦେଖା

ଭୁବନେଶ୍ୱର: ମାଟ୍ରିକ୍ ଖାତା ମୂଲ୍ୟାୟନ ସମୟରେ କରୋନା ସତର୍କତା ଅବଲମ୍ବନ କରାଯିବ। ଶି‍କ୍ଷକ ଓ ଶିକ୍ଷୟତ୍ରୀ ସାନିଟାଇଜର ବ୍ୟବହାର କରିବେ ଓ ନିଜ ନିଜ ମଧ୍ୟରେ ଦୂରତା ରକ୍ଷା କରି ଖାତା ଦେଖିବେ ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡ ସୂଚନା ଦେଇଛି।

ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ମାଟ୍ରିକ୍ ଖାତା ମୂଲ୍ୟାୟନ। ତେବେ ଖାତା ଦେଖା ବେଳେ କରୋନା ସତର୍କତା ଅବଲମ୍ବନ କରାଯିବ। ସବୁ ଡିଇଓ, ବିଇଓ ଓ ଚିଫ୍ ଏକଜାମିନରଙ୍କୁ ଭିଡିଓ କନଫରେନସିଂ ଜରିଆରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି।

ଏଥର ପରୀକ୍ଷା କେନ୍ଦ୍ରରେ ଗହଳି ରୋକିବାକୁ ସବଜେକ୍ଟ ଓ୍ୱାଇଜ୍ ଖାତା ଦେଖା ହେବ। ସକାଳ ୮ଟା ୩୦ରୁ ଅପରାହ୍ନ ୪ଟା ୩୦ଯାଏଁ ତିନିଟି ପର୍ଯ୍ୟାୟରେ ଖାତା ଦେଖାହେବ। ହଲ୍ ଭିତରକୁ ପର୍ଯ୍ୟାୟକ୍ରମେ ପ୍ରବେଶ ଓ ପ୍ରସ୍ଥାନ କରିବେ। ଶିକ୍ଷକ, ଶିକ୍ଷୟିତ୍ରୀ ସାନିଟାଇଜର ବ୍ୟବହାର ସହ ମୂଲ୍ୟାୟନକାରୀ ସ୍ୱାସ୍ଥ୍ୟ ବିଭାଗ ଗାଇଡ ଲାଇନ୍ ମୁତାବକ ନିଜ ନିଜ ମଧ୍ୟରେ ଦୂରତା ରକ୍ଷା କରିବେ।

ଏପ୍ରିଲ୍ ୧୦ତାରିଖ ପର୍ଯ୍ୟନ୍ତ ଖାତା ଦେଖାଚାଲିବ। ପୁରା ରାଜ୍ୟରେ ୬୧ଟି ମୂଲ୍ୟାୟନ କେନ୍ଦ୍ରରେ ୧୬ହଜାର ମୂଲ୍ୟାୟନକାରୀ ନିୟୋଜିତ ହେବେ ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ରାମାଶିଷ ହାଜରା ଏହି ସୂଚନା ଦେଇଛନ୍ତି।

You might also like