ଆସନ୍ତାକାଲିଠୁ ଆରମ୍ଭ ହେବ ମାଟ୍ରିକ ଖାତା ମୂଲ୍ୟାୟନ
ଭୁବନେଶ୍ୱର: ଆସନ୍ତାକାଲିଠାରୁ ମାଟ୍ରିକ ଖାତା ମୂଲ୍ୟାୟନ ଆରମ୍ଭ ହେବ । ୬୦ଟି ମୂଲ୍ୟାୟନ କେନ୍ଦ୍ରରେ ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସାମାଜିକ ଦୂରତା ସହ sanitizer ବ୍ୟବହାର ଉପରେ ଜୋର ଦିଆଯାଇଛି । ଖାତା ଦେଖା ସକାଳ ୧୦ରୁ ଦିନ ୩ଟା ମଧ୍ୟରେ ହେବ। ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ କମ୍ ପରୀକ୍ଷକ ଖାତା ଦେଖିବେ। ଏହି ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ରାମାଶିଷ ହାଜରା।
ପୂର୍ବରୁ ମାର୍ଚ୍ଚ ୧୯ ତାରିଖରେ ଗୋଟିଏ ଦିନ ପାଇଁ ମୂଲ୍ୟାୟନ ହୋଇଥିଲା । ହେଲେ ପରବର୍ତ୍ତୀ ସମୟରେ କରୋନା lockdown ହେବାରୁ ଏହା ସ୍ଥଗିତ ରହଥିଲା। ମେ’ ୨୦ରେ ଖାତା ଦେଖା ପାଇଁ ସ୍ଥିର ହୋଇଥିଲା । ହେଲେ ଅମ୍ପନ ବାତ୍ୟା ପାଇଁ ଏହା ମେ‘ ୨୧ ଘୁଞ୍ଚାଇ ଦିଆଯାଇଥିଲା। ହେଲେ କିଛି ଅଞ୍ଚଳରେ ବାତ୍ୟା ପ୍ରଭାବ ଯୋଗୁଁ ଖାତା ଦେଖାକୁ ଅର୍ନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା ।
ଶେଷରେ ମେ‘ ୨୬ ତାରିଖରୁ ଖାତା ଦେଖା ପାଇଁ ସ୍ଥିର ହୋଇଛି। ୪୫ ଦିନ ଭିତରେ ଫଳାଫଳ ବାହାରିବ ବୋଲି କୁହାଯାଇଛି। High Court ଙ୍କ ନିର୍ଦ୍ଦେଶ ଅନୁସାରେ ଖାତାଦେଖା ହେବ ବୋଲି କହିଛନ୍ତି, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ।