• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar
  • ଛାତ୍ରଛାତ୍ରୀଙ୍କ ଦାବି ମାନିଲେ ସରକାର
  • ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ବାତିଲ
  • ସିବିଏସଇ ଭଳି ବିକଳ୍ପ ବ୍ୟବସ୍ଥାରେ ହେବ ମାର୍କିଂ
  • ପ୍ରଭାବିତ ହେବ ଛାତ୍ରଛାତ୍ରୀଙ୍କ କ୍ୟାରିୟର: ଶିକ୍ଷକ ସଂଘ
  • କେଉଁ ଆଧାରରେ ମାର୍କ ପାଇବେ ପରୀକ୍ଷାର୍ଥୀ?

ଭୁବନେଶ୍ୱର: ସରକାରଙ୍କୁ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ବାଧ୍ୟ କଲା ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ। ନବୀନ ନିବାସ ଯିବାର ୨୪ ଘଣ୍ଟା ଭିତରେ ପୂରଣ ହେଲା ମାଟ୍ରିକ ପରୀକ୍ଷାର୍ଥୀଙ୍କ ଦାବି। ଅର୍ଥାତ୍ ଆଉ ହେବନି ମାଟ୍ରିକ ପରୀକ୍ଷା। କରୋନା ସଂକ୍ରମଣ ଦୃଷ୍ଟିରୁ କେନ୍ଦ୍ରୀୟ ବୋର୍ଡ ଭଳି ଓଡ଼ିଶା ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ୍ ପରୀକ୍ଷାକୁ ବାତିଲ କରିଛନ୍ତି ରାଜ୍ୟ ସରକାର। ଛାତ୍ରଛାତ୍ରୀ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଥିଲେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛି ଶିକ୍ଷକ ସଂଘ। ସେହିପରି କିଭଳି ହେବ ବିକଳ୍ପ ମାର୍କିଂ ବ୍ୟବସ୍ଥା ଓ ତାହା କେତେ ଗ୍ରହଣୀୟ ହେବ ତାକୁ ନେଇ ଦେଖାଦେଇଛି ଦ୍ୱନ୍ଦ୍ୱ।

ଛାତ୍ରଛାତ୍ରୀଙ୍କ ଦାବି ମାନିଲେ ସରକାର। ବାତିଲ ହୋଇଛି ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା। ସିବିଏସ୍ଇ ଓ ଆଇସିଏସ୍ଇ ଭଳି ବିକଳ୍ପ ବ୍ୟବସ୍ଥା ଜରିଆରେ ପରୀକ୍ଷାର୍ଥୀଙ୍କୁ ମିଳିବ ମାର୍କ। ଏଥିରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ପରିସ୍ଥିତି ସ୍ୱାଭାବିକ ହେବା ପରେ ଅଫ୍ ଲାଇନ୍ ପରୀକ୍ଷା ଦେଇପାରିବେ। ଦେଶର କରୋନାର ସାଂଘାତିକ ସ୍ଥିତିକୁ ଦେଖି ପୂର୍ବରୁ ସିବିଏସଇ ଓ ଆଇସିଏସଇ ବୋର୍ଡ ମାଟ୍ରିକ୍ ପରୀକ୍ଷାକୁ ବାତିଲ କରିବା ସହ ବିକଳ୍ପ ବ୍ୟବସ୍ଥାରେ ମାର୍କିଂ କରିବାକୁ ଘୋଷଣା କରିଥିଲେ। ତେବେ ରାଜ୍ୟ ସରକାର ପରୀକ୍ଷାକୁ ସ୍ଥଗିତ ରଖିବା ସହ ଜୁନ୍ ମାସରେ ସ୍ଥିତି ସମୀକ୍ଷା ପରେ ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ।

ଛାତ୍ରଛାତ୍ରୀ ଏହାକୁ ଜୋରଦାର ବିରୋଧ କରିବା ସହ ପରୀକ୍ଷା ହେବ ନା ନାହିଁ ସେଥିରେ ସ୍ପଷ୍ଟତା ଆଣିବା ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିଲେ। ମାଟ୍ରିକ୍ ପରୀକ୍ଷାର୍ଥୀ ନବୀନ ନିବାସ ଯାଇ ବିକ୍ଷୋଭ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଥିଲେ। ଆଜି ବାରିପଦାରେ ବି ଜିଲ୍ଲାପାଳଙ୍କୁ ଘେରିଥିଲେ ମାଟ୍ରିକ ପରୀକ୍ଷାର୍ଥୀ ବଢୁଥିବା ଛାତ୍ର ଅସନ୍ତୋଷକୁ ଦେଖି ପରୀକ୍ଷା ବାତିଲ ଲାଗି ଘୋଷଣା କରିଛି ଗଣଶିକ୍ଷା ବିଭାଗ। ଏଣେ ପରୀକ୍ଷା ବାତିଲକୁ ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ମାତ୍ର ସରକାରଙ୍କ ନିଷ୍ପତ୍ତିକୁ ନେଇ କଡ଼ା ଆପତ୍ତି ଉଠାଇଛି ଓଷ୍ଟା। ଏହା ଛାତ୍ରଛାତ୍ରୀଙ୍କ କ୍ୟାରିୟରକୁ ପ୍ରଭାବିତ କରିବ ବୋଲି ସଂଘ କହିଛି।

ଏବେ ପ୍ରଶ୍ନ ସରକାର ପରୀକ୍ଷା ସିନା ବାତିଲ କଲେ, କେଉଁ ଆଧାରରେ ମାର୍କ ପାଇବେ ପରୀକ୍ଷାର୍ଥୀ? କାରଣ ଓଡ଼ିଶା ବୋର୍ଡରେ ସିବିଏସ୍ଇ ଭଳି ଇଣ୍ଟରନାଲ୍ ଆସେସମେଣ୍ଟ ବ୍ୟବସ୍ଥା ନାହିଁ। ପ୍ରାକ୍ଟିସ୍ ଟେଷ୍ଟ ଆଧାରରେ ମାର୍କ ଦେବା ଲାଗି ଛାତ୍ରଛାତ୍ରୀ ଦାବି କରିଛନ୍ତି। ଏପଟେ ମଦ୍ରାସା ବୋର୍ଡ ପରୀକ୍ଷାକୁ ବି ବାତିଲ କରାଯାଇଛି। ତେବେ ଯୁକ୍ତ ଦୁଇ ପରୀକ୍ଷା ବାବଦରେ କୌଣସି ନିଷ୍ପତ୍ତି ନେଇନି ଗଣଶିକ୍ଷା ବିଭାଗ।

ଢେଙ୍କାନାଳରୁ ରାଜଶ୍ରୀ ଶତପଥୀ ଓ ଭୁବନେଶ୍ୱରରୁ କ୍ୟାମେରାର୍ପସନ ଅମୁଲ୍ୟଙ୍କ ସହ ଜଗଦୀଶ ଦାସଙ୍କ ରିପୋର୍ଟ 

Matric-exam-cancelled-in-odisha
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories