ପରୀକ୍ଷା ଦେବାକୁ ଯାଉଥିଲେ ପିଟି ଦେଲା ଟ୍ରକ୍‌

ଢେଙ୍କାନାଳ: ମାଟ୍ରିକ୍‌ ପରୀକ୍ଷା ଦେବାକୁ ଯିବାବେଳେ ଦୁର୍ଘଟଣାରେ ଜଣେ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ଜାତୀୟ ରାଜପଥ ୫୩ ବାରିହାପୁର ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତ ଛାତ୍ରଙ୍କ ନାଁ ବୁଲୁ। ଢେଙ୍କାନାଳ ଜିଲ୍ଲା କମର୍ଦା ଗାଁରେ ତାଙ୍କ ଘର ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ବୁଲୁ ପରୀକ୍ଷା ଦେବାକୁ ବାଇକ୍‌ରେ ପରୀକ୍ଷାକେନ୍ଦ୍ରକୁ ଯିବାବେଳେ ବାରିହାପୁର ନିକଟରେ ତାଙ୍କୁ ଏକ ଟ୍ରକ୍‌ ଧକ୍କା ଦେଇଥିଲା କଙ୍କଡ଼ାଷୋଡ଼ ସ୍କୁଲ୍‌ରେ ତାଙ୍କ ପରୀକ୍ଷାକେନ୍ଦ୍ର ପଡ଼ିଥିଲା। ଦୁର୍ଘଟଣାରେ ବାଇକ୍‌ ଚଳାଉଥିବା ବୁଲୁଙ୍କ ସାଙ୍ଗ ଶାନ୍ତନୁ ନାୟକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି।

ଉଭୟଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।

You might also like