ମାଟ୍ରିକ୍ ଓ ଯୁକ୍ତ ୨ ପରୀକ୍ଷା ଘୁଞ୍ଚିବ

ଭୁବନେଶ୍ୱର: ଚଳିତ ବର୍ଷ ବିଳମ୍ବ ହୋଇପାରେ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ପରୀକ୍ଷା ଲାଗି ସର୍ବନିମ୍ନ ୩ ମାସ ପାଠପଢା ହେବା ପରେ ପରୀକ୍ଷା ପାଇଁ ବ୍ୟବସ୍ଥା କରାଯିବ ବୋଲି  ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି।

ତେବେ ସର୍ବଭାରତୀୟ ସ୍ତରରେ ପରୀକ୍ଷା ବନ୍ଦ ପାଇଁ ଯଦି ନିଷ୍ପତ୍ତି ହୁଏ, ତେହେଲେ ଆମ ରାଜ୍ୟର ବି ପରୀକ୍ଷା ବନ୍ଦ ହୋଇପାରେ। ଫେବ୍ରୁଆରୀରେ ମାଟ୍ରିକ, ମାର୍ଚ୍ଚରେ ଯୁକ୍ତ ୨ ପରୀକ୍ଷା ସମ୍ଭବ ନୁହେଁ। ସର୍ବନିମ୍ନ ୩ ମାସ ପାଠ ପଢ଼ାଯିବା ପରେ ପରୀକ୍ଷା ହେବ ବୋଲି ସେ କହିଛନ୍ତି।

ସର୍ବଭାରତୀୟ ସ୍ତରରେ ବନ୍ଦ ନିଷ୍ପତ୍ତି ନ ହେଲେ ପରୀକ୍ଷା ହେବ। ନଚେତ ପିଲାଙ୍କ ଗୋଟିଏ ବର୍ଷର କ୍ୟାରିଅର ପ୍ରଭାବିତ ହେବ। ରାଜ୍ୟ ସରକାର ଏକକ ଭାବେ କିଛି ନିଷ୍ପତ୍ତି ନେଇ ପାରିବେ ନାହିଁ। ଡିସେମ୍ବର ୩୧ ପରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବା ଲାଗି ବ୍ୟବସ୍ଥା ହେଉଥିବା ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି।

ଡିସେମ୍ବର ୩୧ ଯାଏଁ ରାଜ୍ୟରେ ସବୁ ସ୍କୁଲ ବନ୍ଦ ରହିବା ଏ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଭିନ୍ନ ଷ୍ଟେକହୋଲ୍ଡରଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଥିଲା। କିଛି ରାଜ୍ୟରେ କୋଭିଡ୍‌ର ଦ୍ୱିତୀୟ ପ୍ରବାହ ଆରମ୍ଭ ଦୃଷ୍ଟିରୁ ଏପରି ନିଷ୍ପତ୍ତି ନିଆଯାଇଛି।

କରୋନା ସଂକ୍ରମଣର ଦ୍ୱିତୀୟ ଲହରି ଆଶଙ୍କାରେ ଡିସେମ୍ବର ୩୧ ଯାଏଁ ସ୍କୁଲ ବନ୍ଦ, ମାଟ୍ରିକ ଫର୍ମଫିଲପ୍ ବି ସ୍ଥଗିତ ହୋଇଛି। ହେଲେ ଏବେ ପ୍ରଶ୍ନ-ଗଣଶିକ୍ଷା ବିଭାଗ ଅଧିନରେ ଆସୁଥିବା ମାଟ୍ରିକ୍ ଓ ଯୁକ୍ତ ଦୁଇ ଶେଷ ବର୍ଷ ପରୀକ୍ଷା କେବେ ଓ କେମିତି ହେବ ? ପ୍ରତିବର୍ଷ ଫେବୃଆରୀରେ ମାଟ୍ରିକ୍ ଓ ମାର୍ଚ୍ଚରେ ଯୁକ୍ତ ଦୁଇ ପରୀକ୍ଷା ହୋଇଥାଏ ହେଲେ କରୋନା ପାଇଁ ତ ଏବର୍ଷ ମୂଳରୁ ସ୍କୁଲ ଖୋଲିନି।

You might also like