ଅଦରକାରୀ ପଦାର୍ଥରେ କିଟିମିଟିଆ ଗଣିତ ପାଠ : ସହଜ ଗଣିତ ଶିକ୍ଷା ଦେବା ପାଇଁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ନିଆରା ପ୍ରୟାସ

କାଚ ଚୁଡ଼ିରେ ବୃତ୍ତର ପରିଧି, ପରିସୀମା ଓ ଜ୍ୟାର ପରିକଳ୍ପନା

ଭଦ୍ରକ(ପାର୍ଥ ସାରଥୀ ନାୟକ): କାଚ ଚୁଡ଼ିରେ ବୃତ୍ତର ପରିଧି, ପରିସୀମା ଓ ଜ୍ୟାର ପରିକଳ୍ପନା। ବାଡ଼ିରେ ରେଖା ସରଳରେଖା, ପୁଣି କାଡ଼ବୋର୍ଡ଼ ଅବ୍ୟବହୃତ, ସୋଲ, ଧୂପକାଠି, ଅଣ୍ଡାଖୋଳ ଝାଡ଼ୁକୁ ବ୍ୟ‍ବହାର ଗଣିତ ପାଠକୁ ସରଳ ଭାଷାର ବୁଝାଉଛନ୍ତି ଅବସରପ୍ରାପ୍ତ ଶିକ୍ଷକ। ଅଳିଆ ଅବାର୍ଜନା ଓ ଅଦରକାରୀ ପଦାର୍ଥରେ ତ୍ରିଭୁଜ, ଚତୁର୍ଭଜ, ବୃତ୍ତ ଚିତ୍ର ସାଙ୍ଗକୁ ତାହାର ସରଳ ସୂତ୍ର ଦ୍ୱାରା ପିଲାଙ୍କୁ ବୁଝାଇବା ଲାଗି ଏଭିଳି ଅଭିନବ ପ୍ରୟାସ କରିଛନ୍ତି ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ  ଚଉଁରମୁକୁନ୍ଦରପୁର ନିତ୍ୟାନନ୍ଦ ପଟ୍ଟନାୟକ।

ଗଣିତ ପାଠ ଟିକିଏ ଅଡୁଆ। ବୁଝିଲେ ଭଲ ନହେଲେ ପୁରା ଅଡୁଆ ଓ ଅଳିଆ। କିନ୍ତୁ ଅଳିଆରୁ ଗଣିତ ଶିକ୍ଷା କେମିତ ସମ୍ଭବ ତାହା କରି ଦେଖାଇଛନ୍ତି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ। ପିଲାମାନଙ୍କୁ ଗଣିତ ମନସ୍କ କରିବାର ନିଆରା ପ୍ରୟାସ କରୁଛନ୍ତି ଅବସର ପ୍ରାପ୍ତ ପ୍ରଧାନ ଶିଷକ। କୋରନା ସମୟରେ ପିଲାମାନଙ୍କର ପାଠ ପଢାରେ ବ୍ୟାପକ ବାଧା ସୃଷ୍ଟି ହେଉଛି।  ବିଶେଷ କରି ସରକାରୀ ସ୍କୁଲରେ ପାଠ ପଢୁଥିବା ପିଲାମାନଙ୍କ କ୍ଷେତ୍ରରେ ଏହା ବ୍ୟାପକ ମାତ୍ରାରେ ଦେଖା ଦେଇଛି।

ନିଜ ଗାଁରେ ଛୋଟ ଛୋଟ ପିଲାମାନଙ୍କୁ କିଟିମିଟିଆ ଗଣିତ ପାଠକୁ ସରଳ କରିବା ଲକ୍ଷ୍ୟରେ ବିଭିନ୍ନ ଆବର୍ଜନାରେ କରୁଛନ୍ତି ଗଣିତ କର୍ମଶାଳା। ନିଜର ଶିକ୍ଷକ ଜୀବନରୁ ଅବସର ପରେ ପିଲା ମାନେ ଗଣିତ ପାଠକୁ ଭୟ ନକରି କିପରି ଏହାକୁ ଆପଣେଇ ପାରିବେ ସେ ନେଇ  ଗବେଷଣା କରି ଆବର୍ଜ୍ଜନା ଓ ଅବ୍ୟବହୃତ ପଦାର୍ଥମାନଙ୍କରେ ବିଭିନ୍ନ ପ୍ରକଳ୍ପ ତିଆରି କରିଛନ୍ତି। ୫୦ରୁ ଅଧିକ ପ୍ରକଳ୍ପ ତିଆରି କରି ଏହା ଗଣିତ କର୍ମଶାଳାରେ ପିଲାମାନଙ୍କୁ ସହଜରେ ଗଣିତ ଶିଖାଉଛନ୍ତି ।

ଦୀର୍ଘ ୨୭ବର୍ଷରେ ଶିକ୍ଷକତା ପରେ ଏବେ ଅବସର ନେଇଛନ୍ତି ନିତ୍ୟାନନ୍ଦ ପଟ୍ଟନାୟକ। ବୟସ ଛାପ ଓ କଥା ବର୍ତ୍ତା ତାଙ୍କ ଉପରେ ଲଦି ହୋଇ ପଡିଲାଣି। କିନ୍ତୁ ପାଠ ପଢ଼ାଇବାର ମନୋବୃତ୍ତିରେ ଅବହେଳା ନାହିଁ। ନିଶା ତାଙ୍କର ପିଲାଙ୍କୁ ସରଳୀକରଣ କରି ଗଣିତ ବୁଝାଇବା। ପୂର୍ବରୁ ସେ ପିଲାଙ୍କୁ ବିଦ୍ୟାଳୟରେ ଗଣିତ, ବିଜ୍ଞାନ ଓ ଇଂରାଜୀ ପଢ଼ାଉଥିଲେ।  ବର୍ତ୍ତମାନ କରୋନା ମହାମାରୀ ସମୟରେ ଅନଲାଇନ କ୍ଲାସ ମାଧ୍ୟମରେ ପାଠପଢା ଚାଲିଛି । ହେଲେ ଗ୍ରାମାଞ୍ଚଳର କେତେ ଲୋକଙ୍କୁ ବା ଅନଲାଇନ୍ ପାଠ ସମ୍ପର୍କରେ ଜଣା ?

ତେଣୁ ଏହାକୁ ଲକ୍ଷ୍ୟ କରି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଘରର ଅଳିଆ ଆବର୍ଜ୍ଜନା ଯେପରି ସ୍ପୋକ, ଧୂପ ଖୋଳ, ଅଣ୍ଡାଖୋଳ, ପୁରୁଣା ସୋଲ, ପୁରୁଣା କାଚ ଚୁଡି, ଅଣ୍ଡା ଖୋଳ, ଝାଡୁର କଞ୍ଚି, ଚିରା ପେଟୀ, କାଗଜ ଚାହା ଗ୍ଲାସ, ପ୍ଲେଟ, ପାଣି ଗ୍ଲାସ ସାହାଯ୍ୟରେ ୫୦ରୁ ଅଧିକ  ପ୍ରକଳ୍ପ ତିଆରି କରିଛନ୍ତି। ଏବଂ ପିଲାମାନଙ୍କୁ ସହଜରେ ଓ ସରଳ ଭାବେ ଗଣିତ ଶିକ୍ଷା ଦେଉଛନ୍ତି। ମହାମାରୀ ସମୟରେ ଗାଁର ପିଲାମାନେ ଗଣିତ ବୁଝି ପାରୁନଥିବା ବେଳେ ତାଙ୍କୁ ସହଜ ଭାବେ ଗଣିତ ଶିକ୍ଷା ଦେବା ପାଇଁ ଏଭଳି ପ୍ରୟାସ କରିଛନ୍ତି।

ସକାଳେ ୭ରୁ ୯ ଟା ପର୍ଯ୍ୟନ୍ତ ଓ ସଂଧ୍ୟାରେ ୪ରୁ ୭ଟା ପର୍ଯ୍ୟନ୍ତ ଦିନରେ ପିଲାଙ୍କୁ ମାଗଣରେ ଗଣିତ ଶିକ୍ଷା ଦେଉଛନ୍ତି।  ପିଲା ମାନଙ୍କର ଗଣିତ ପ୍ରତି ଥିବା ଭୟ ଛଡ଼ାଇ ଆଗ୍ରହ ସୃଷ୍ଟି କରିବା ତାଙ୍କର ମୂଳ ଲକ୍ଷ୍ୟ। ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ପିଲମାନେ ଏଠାକୁ ଆସି ନିଜର ଗଣିତ ପ୍ରତି ଥିବା ଦୁର୍ବଳତା ଦୂର କରନ୍ତି। ଗଣିତ ଶିକ୍ଷକ ନିତ୍ୟାନନ୍ଦ ସାର କହନ୍ତି ଗଣିତ ଟିକେ ଅଡିଆ ବୁଝି ନପାରିଲେ ପୁରା ଅଡୁଆ ଓ ଅଳିଆ। ତେଣୁ ସେ ଏହି ଅଳିଆରୁ ଗଣିତ ଶିକ୍ଷା ଦେବା ତାଙ୍କର ଲକ୍ଷ୍ୟ। ଏଠାକୁ ଆସୁଥିବା ଛାତ୍ରଛାତ୍ରୀ ମାନେ ମଧ୍ୟ ଗଣିତ ଅଧୟନ କରି ବେଶ ଲାଭବାନ ହେଉଛନ୍ତି।

ନିତ୍ୟାନନ୍ଦ ସାର୍ ଗଣିତ ଶିକ୍ଷା ପାଇଁ ବହୁବାର ପୃରସ୍କୃତ ହୋଥିବା ବେଳେ , ଗଣିତ ଶିକ୍ଷା ପାଇଁ ଆସ ଖେଳିବା ଗଣିତ ଖେଳ ଓ ମହାପୁରୁଷ ଜୀବନୀ ଉପରେ ଏକ ବହି ଲେଖିଛନ୍ତି।  କେବଳ ଛାତ୍ରଛାତ୍ରୀ ମାନେ ନୁହଁନ୍ତି ସ୍ଥାନୀୟ ବାସିନ୍ଦା, ଅବିଭାବକ ଓ ସ୍ଥାନୀୟ ସରପଞ୍ଚ ମଧ୍ୟ ନିତ୍ୟାନନ୍ଦ ସାରଙ୍କର ଏଭଳି ପ୍ରୟାସକୁ ବେଶ ପ୍ରଶଂସା କରିଛନ୍ତି। ଆଗାମୀ ଦିନରେ ଏହା ନିଶ୍ଟିତ କୋମଳମତି ପିଲାଙ୍କର ଗଣିତ ଶିକ୍ଷା ପ୍ରତି ମନବୋଲ ବଢାଇବ।

 

 

You might also like