କୁସୁମା ପୋଖରୀ ପୁନରୁଦ୍ଧାର ଓ ନବୀକରଣରେ ବଡ଼ ଧରଣର ଦୁର୍ନୀତି ଅଭିଯୋଗ

ଯାଜପୁର: ଯାଜପୁର ଟାଉନର କୁସୁମା ପୋଖରୀ ପୁନରୁଦ୍ଧାର ଓ ନବୀକରଣରେ ବଡ଼ ଧରଣର ଦୁର୍ନୀତି ହୋଇଥିବା ଅଭିଯୋଗ ଆସିଛି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ, କୁସୁମାର ପୁନରୁଦ୍ଧାରରେ ୧୨ କୋଟି ୯୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ବିଭିନ୍ନ ବିଭାଗରୁ ବିଭିନ୍ନ ପ୍ରକଳ୍ପ ନାଁରେ ଆସି ଏତେ ଟଙ୍କା କୁସୁମାରେ କାହିଁକି ଖର୍ଚ୍ଚ କରାଗଲା ସେନେଇ ପ୍ରଶ୍ନ ଉଠିଛି।

ସବୁଠାରୁ ଚର୍ଚ୍ଚାର ବିଷୟ ଏହା ଯେ, କୁସୁମାରେ ଶୌଚାଳୟ ନିର୍ମାଣ ଲାଗି ୨୧ ଲକ୍ଷ ଟଙ୍କା ବିନିଯୋଗ ହୋଇଛି। ଗୃହ ଓ ନଗର ଉନ୍ନୟନ ବିଭାଗରୁ ୪ କୋଟି ୮୫ ଲକ୍ଷ ୩୭ ହଜାର ଟଙ୍କା, ଇଡକୋରୁ ୪ କୋଟି ୯୯ ଲକ୍ଷ ୬୧ ହଜାର ଟଙ୍କା, ଚତୁର୍ଦ୍ଦଶ ଅର୍ଥ କମିଶନରୁ ୧ କୋଟି ୧ ଲକ୍ଷ ୭୨ ହଜାର ଟଙ୍କା ସହ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ପାଇଁ ୩୧ ଲକ୍ଷ ୪୧ ହଜାର ଟଙ୍କା ଖର୍ଚ୍ଚ କରାଯାଇଥିବା ତଥ୍ୟ ମିଳିଛି।

ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଅଭାବ ସାଙ୍ଗକୁ ଆବଶ୍ୟକୀୟ ଯନ୍ତ୍ରାଂଶ ନ ଥିବା ବେଳେ ଅପପୃଷ୍ଟିର ଇଲାକା ନଗଡା ବିକାଶ ଠାରୁ ବହୁ ଦୂରରେ ରହିଛି। ଏଭଳି ଅବସ୍ଥାରେ ଗୋଟିଏ ପୋଖରୀ ପାଇଁ ଏତେ ଟଙ୍କା ଖର୍ଚ୍ଚ କାହିଁକି କରାଗଲା, ତାହାର ସିବିଆଇ ତଦନ୍ତ କରାଯାଉ ବୋଲି ଦାବି ହୋଇଛି।

You might also like