ଭଦ୍ରକ ଜିତିବାକୁ କଂଗ୍ରେସର ଜୋର୍‌ଦାର୍‌ ପ୍ରୟାସ

ଭଦ୍ରକ(ତପନ ସ୍ୱାଇଁ): ଚତୁର୍ଥ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ଭଦ୍ରକ ଭଣ୍ଡାରିପୋଖରୀ ବିଧାନସଭା ର୍ନିବାଚନ ମଣ୍ଡଳୀରେ ଜୋର୍‌ଦାର୍‌ ପ୍ରଚାର ଚଳାଇଛି କଂଗ୍ରେସ। ଚଳିତଥର ଏହି ଆସନରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିର୍ବାଚନ ଲଢୁଛନ୍ତି।

ସେ ଆଜି ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଚନ୍ଦ୍ରଭାନୁପୂର ପଡ଼ିଆରେ ଏକ ସାଧାରଣ ସଭାରେ ଯୋଗ ଦେଇ ତାଙ୍କୁ ଜିତାଇବାକୁ ଭୋଟର୍‌ଙ୍କୁ ନିବେଦନ କରିଛନ୍ତି। ଏଥିସହିତ ଭଦ୍ରକରୁ କଂଗ୍ରେସ ସାଂସଦ ପ୍ରାର୍ଥୀ ମଧୁସ୍ମିତା ସେଠୀଙ୍କୁ ବିଜୟୀ କରାଇବାକୁ ନିରଞ୍ଜନ ନିବେଦନ କରିଛନ୍ତି।

ଏହି ସଭାରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ବରିଷ୍ଠ ନେତା ରାମଚନ୍ଦ୍ର ଖୁଣ୍ଟିଆ, ଅନନ୍ତ ସେଠୀ ଏବଂ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ପ୍ରମୁଖ ଯୋଗ ଦେଇଥିଲେ। ଆଗାମୀ ଦିନରେ ଉଭୟ ରାଜ୍ୟ ଏବଂ କେନ୍ଦ୍ରରେ କଂଗ୍ରେସ ସରକାର କ୍ଷମତାକୁ ଆସିବ ବୋଲି ସେମାନେ ଦୃଢୋକ୍ତି ପ୍ରକାଶ କରିଥିଲେ।

You might also like