ଝାରସୁଗୁଡ଼ା: ଝାରସୁଗୁଡ଼ା ଲହଣ୍ଡାବୁଡ଼ରେ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ପରେ ଜୀବନ ସହ ସଂଘର୍ଷ କରି ବଞ୍ଚି ଯାଇଛନ୍ତି ପରିବାରର ବଡ଼ ଝିଅ ଲିଲି ବିଶ୍ୱାଳ। ସେ ଏବେ ତାଙ୍କ ପୈତୃକ ଗାଁ ଗଞ୍ଜାମ ଜିଲ୍ଲା ଲକ୍ଷ୍ମୀପୁରରେ ରହିବେ। ଏନେଇ ଝାରସୁଗୁଡ଼ା ଜିଲ୍ଲାପାଳ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।
ଲହଣ୍ଡାବୁଡର ଗୋଟିଏ ନିଛାଟିଆ ଘରେ ପାଞ୍ଚ ମାସ ତଳର କାଳରାତ୍ରୀରେ ଗୋଟିଏ ପରିବାରର ସାମୁହିକ ଆତ୍ମହତ୍ୟା ଭଳି ଦୁଃଖଦ ଘଟଣାର ଆଂଶିକ ସୁଖଦ ପରିସମାପ୍ତି । ଚାରି ଜଣଙ୍କ ଜୀବନହାନୀ ପରେ ପ୍ରଶାସନର ଉଦ୍ୟମରେ ବଞ୍ଚିଯାଇଥିବା ଏକମାତ୍ର ସଦସ୍ୟା ଲିଲି ବିଶ୍ବାଳଙ୍କୁ ତାଙ୍କ ନିଜଗାଁ ଗଞ୍ଜାମ ଜିଲ୍ଲାର ଲକ୍ଷ୍ମୀପୁର ଠାରେ ସଂସ୍ଥାପିତ କରାଗଲା । pic.twitter.com/m9MVLFmySj
— DM_Jharsuguda (@dm_jharsuguda) November 11, 2020
ଗତ ମେ ୩୧ ତାରିଖରେ ଝାରସୁୁଡ଼ା ଜିଲ୍ଲା ଲହଣ୍ଡାବୁଡ଼ଠାରେ ଘଟିଥିବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା। ଦୁର୍ଘଟଣାରେ ସାନ ପୁଅର ମୃତ୍ୟୁ ପରେ ଦୁଃଖରେ ମ୍ରିୟମାଣ ହୋଇ ମା’ ଓ ୪ ଭାଇଭଉଣୀ ଫିନାଇଲ୍ ପିଇ ଦେଇଥିଲେ।
ଏହାପରେ କିଛି ଦିନ ଭିତରେ ଘରର ବଡ଼ ପୁଅ, ୨ ଭଉଣୀ ଓ ମା’ ଜଣ ଜଣ କରି ୪ ଜଣ ଆରପାରିକୁ ଚାଲି ଯାଇଥିଲେ। ହେଲେ ବଞ୍ଚିିଯାଇଥିଲେ ବଡ଼ ଭଉଣୀ ଲିଲି। ଦୀର୍ଘ ୫ ମାସ ଧରି ଜୀବନ ସହ ସଂଘର୍ଷ କରିବା ପରେ ଏବେ ଲିଲି ସୁସ୍ଥ ହୋଇଛନ୍ତି।