ବ୍ରହ୍ମପୁର ଧର୍ମନଗରରେ ଗଣବିବାହ ଅନୁଷ୍ଠିତ

ବ୍ରହ୍ମପୁର : ରୋଟାରୀ ଇନର୍ ହ୍ୱିଲ କ୍ଲବ୍‌ ପକ୍ଷରୁ ୬ ଯୋଡ଼ା ଗରିବ ଯୁବକ ଯୁବତୀଙ୍କ ଗଣବିବାହ ଅନୁଷ୍ଠିତ ହୋଇଯାଇଛି। ଧର୍ମନଗର ସ୍ଥିତ ଶୁଭମ୍ ସେଲିବ୍ରେସନ୍‌ରେ ଅନୁଷ୍ଠିତ ଗଣବିବାହରେ ବର ଓ ବଧୂ ପକ୍ଷରୁ ପରିବାର ଲୋକେ ଉପସ୍ଥିତ ରହିଥିଲେ।

ପ୍ରୋଜେକ୍ଟ ମୁଖ୍ୟ ପି. ଦିବ୍ୟାରୁପା, କ୍ଲବ୍‌ ସଭାନେତ୍ରୀ ଜେ. ସରିତା, ସମ୍ପାଦିକା ଜେ. ଦୀପା, ପିଆରଓ ରଞ୍ଜନା ମିଶ୍ର ପ୍ରମୁଖ ବିବାହ ପରିଚାଳନାରେ ସହାୟତା କରିଥିଲେ। ଶେଷରେ କେକ୍ କଟାଯାଇ ବର ଓ ବଧୂ ବିବାହ ସେଲିବ୍ରେଟ କରିଥିଲେ।

ଏହି ଅବସରରେ କ୍ଳବ୍‌ ପକ୍ଷରୁ ବର ଓ ବଧୂଙ୍କୁ ବିଭିନ୍ନ ଘରକରଣା ସାମଗ୍ରୀ ବଣ୍ଟନ କରାଯାଇଥିଲା।

You might also like