ଚାଲିଛି କୁକୁଡ଼ା ମରା ଅଭିଯାନ

ପୁରୀ: ମାତିଛି ବାର୍ଡ ଫ୍ଲୁ। କୁକୁଡ଼ାଙ୍କୁ ଏବେ ବାର୍ଡ ଫ୍ଲୁ ଭୟ। ରୋଗରେ ଆକ୍ରାନ୍ତ ଶହ ଶହ କୁକୁଡ଼ାଙ୍କୁ ପ୍ରଶାସନ ପକ୍ଷରୁ ମରାଚାଲିଛି। ମିଳିଥିବା ସୂଚନା ଅନୁସାରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରେ କୁକୁଡ଼ା ମରା ଅଭିଯାନ ସପ୍ତମ ଦିନରେ ପହଞ୍ଚିଛି।

ଗତକାଲି ସୁଦ୍ଧା ପ୍ରାୟ ୧୨ ହଜାର କୁକୁଡ଼ା ମରା ଯାଇଥିଲା। ସେହିଭଳି ଆଜି ୨ଟି ଟିମ୍ ପହଞ୍ଚି କହ୍ନେଇପୁରଠାରେ ଘରେ ଘରେ ପଶି କୁକୁଡ଼ା ମାରିଛନ୍ତି। ସେହିପରି ଅନ୍ୟ ଏକ ଟିମ୍ ଓରା ଗ୍ରାମରେ କୁକୁଡ଼ା ମରା ଅଭିଯାନ ଜାରି ରଖିଛନ୍ତି।

ଏହି ସମୟରେ କୁକୁଡ଼ା ମାଂସ ନ ଖାଇବା ପାଇଁ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ସଚେତନ କରାଯାଉଛି। ଏହାରି ଭିତରେ ଆଜି ଏକ ସ୍କୁଲ ପରିସରରେ ଏକ କାଉ ମରି ପଡ଼ିଥିବା ଦେଖିବାକୁ ମିଳିଛି। କୃଷ୍ଣପ୍ରସାଦ ଗ୍ରାମ ପରେ ଏବେ ବାର୍ଡ ଫ୍ଲୁ ଗୋଟିଏ ପରେ ଗୋଟିଏ ଗାଁକୁ ସଂକ୍ରମିତ ହେବାରେ ଲାଗିଛି।

https://youtu.be/B0m_7VQPPig

You might also like