ବାଲେଶ୍ୱର ଉପଜିଲ୍ଲାପାଳ ଓ ତହସିଲଦାରଙ୍କୁ ସଂଗବଦ୍ଧ ଆକ୍ରମଣ

ବାଲେଶ୍ୱର: ବାଲେଶ୍ୱର ଉପଜିଲାପାଳ ଓ ତହସିଲଦାରଙ୍କୁ ସଂଗବଦ୍ଧ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ୫୦ରୁ ଅଧିକ ଲୋକେ ଏକାଠି ହୋଇ ଛଡ଼ାଇନେଲେ ଜବତ କରାଯାଇଥିବା ଗାଡ଼ି।

ଖବର ଅନୁସାରେ, ବାଲେଶ୍ୱର ନୀଳଗିରି ତହସିଲ ଅଧିନ କାଠପାଳ ପୋଲ ନିକଟ ପୁନ୍ଦାଳ ସୋନ ନଦୀ ଘାଟରୁ ଆଜି ରାତିରେ ନୀଳଗିରି ପ୍ରଶାସନ ମିଳିତ ଚଢ଼ାଉ କରାଯାଇଛି। ଉପଜିଲ୍ଲାପାଳ ହରିଶ ଚନ୍ଦ୍ର ଜେନା, ତହସିଲଦାର ଅଶେଷ କୁମାର ନାୟକ ଓ ପୋଲିସ ଫୋର୍ସଙ୍କ ମିଳିତ ଚଢ଼ାଉରେ ଘଟଣାସ୍ଥଳରୁ ଦୁଇଟି ଡମ୍ଫର, ଗୋଟିଏ ଜେସିବି ଓ ଗୋଟିଏ ଲୋଡର ଜବଦ କରାଯାଇଥିଲା।

ତେବେ ଘଟଣାସ୍ଥଳରୁ ଜେସିବି ଷ୍ଟାର୍ଟ ହୋଇନଥିଲା।        ଏହି ସମୟରେ ୫୦ରୁ ଅଧିକ ଲୋକେ ଏକତ୍ରିତ ହୋଇ ସରକାରୀ କର୍ମଚାରୀଙ୍କ ଉପରକୁ ଟେକା ପଥର ମାରିବାରୁ ଜେସିବିକୁ ଛାଡି ନୀଳଗିରି ଫେରିବା ସମୟରେ ଗାଡ଼ି ମାଲିକ ଅଧ ରାସ୍ତାରେ ବଳପୂର୍ବକ ଗୋଟିଏ ଡମ୍ପର ଛଡ଼ାଇ ନେବାରେ ସକ୍ଷମ ହୋଇଥିଲେ। ଲୋଡରଟି ମଧ୍ୟ ଛଡ଼ାଇବାକୁ ଉଦ୍ୟମ କରୁଥିବା ବେଳେ ସଫଳ ହୋଇ ପାରିନଥିଲେ।     ଗୋଟିଏ ଡମ୍ଫର ଓ ଗୋଟିଏ ଲୋଡର ଜବଦ କରି ଥାନାରେ ଜିମା ଦେଇଥିବା ସୂଚନା ଦେଇଛନ୍ତି ଉପଜିଲ୍ଲାପାଳ।

You might also like