କୁଏତରେ ମାସ୍କ, ସାନିଟାଇଜର ବାଣ୍ଟିଲେ ଭାରତୀୟ ପ୍ରବାସୀ ପରିଷଦ

କୁଏତ: କୁଏତସ୍ଥିତ ଭାରତୀୟ ପ୍ରବାସୀ ପରିଷଦ ପକ୍ଷରୁ କୁଏତର ଵିଭିନ୍ନ କମ୍ପାନୀର କର୍ମଚାରୀଙ୍କୁ କରୋନା ମହାମାରୀ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ମାଗଣାରେ ମାସ୍କ, ଗ୍ଲୋବସ୍, ସାନିଟାଇଜର ବଣ୍ଟନ କରାଯାଇଛି। ଦୀର୍ଘ କିଛି ମାସ ଧରି ଉକ୍ତ ଆସୋସିଏସନ ବିଭିନ୍ନ ସ୍ଥାନରେ କର୍ମଚାରୀଙ୍କୁୁ ସାନିଟାଇଜର ଏବଂ ମାସ୍କ ବଣ୍ଟନ କରୁଛି।

ଭାରତୀୟ ପ୍ରବାସୀ ପରିଷଦ ଓଡିଶା ଆସୋସିଏସନର ସାଧାରଣ ସଚିବ ବିଶ୍ୱ ରଂଜନ ସାହୁ କହିଛନ୍ତି ଯେ, “ଆମେ  ମାସ୍କ ବଣ୍ଟନ କରିବା ସହ ଲୋକଙ୍କ ମଧ୍ୟରେ କରୋନା ମହାମାରୀ ସମ୍ପର୍କରେ  ସଚେତନତା ସୃଷ୍ଟି କରିଛୁ ।

ପ୍ରତେକ ମୁହୂର୍ତ୍ତରେ ହାତ ଧୋଇବା, ସାନିଟାଇଜର ବ୍ୟବହାର କରିବାର ଉପକାରିତା ଉପରେ ଲୋକଙ୍କୁ ବୁଝାଉଛୁ । ଏହା ବ୍ୟତୀତ,  କରୋନା ସମୟରେ ସାମାଜିକ ଦୂରତା କାହିଁକି ବଜାୟ ରଖିବା ତା’ ଉପରେ ମଧ୍ୟ ଲୋକଙ୍କୁ ସଚେତନ କରୁଛୁ।

ଶେଷରେ ଭାରତୀୟ ପ୍ରବାସୀ ପରିଷଦ ସଂଘର କର୍ମକର୍ତ୍ତା ଶ୍ରୀଯୁକ୍ତ ଘନଶ୍ୟାମ ପଲାଇ, ଶ୍ରୀଯୁକ୍ତ ଅଶୋକ କୁମାର ସ୍ୱାଇଁ, ଶ୍ରୀଯୁକ୍ତ ଯଶୋବନ୍ତ ଲେଙ୍କା, ଶ୍ରୀ ଜିତେନ୍ଦ୍ର କୁମାର ଜେନା, ଶ୍ରୀ ଜଗୁନ ଚୌଧୁରୀ, ଶ୍ରୀ ବିଶ୍ଵଜିତ ଦାସ ଓ ଶ୍ରୀଯୁକ୍ତ ସୁଶାନ୍ତ ସାହୁଙ୍କ ଉପସ୍ଥିତିରେ କୋରୋନା ସଚେତନତା କାର୍ଯ୍ୟକ୍ରମ ପରିଚାଳିତ ହୋଇଯାଇଛି ।  ଶ୍ରୀଯୁକ୍ତ ବିଶ୍ୱ ରଂଜନ ସାହୁ ସମସ୍ତଙ୍କୁ ନିଜର ଧନ୍ୟବାଦ ଅର୍ଜପଣ କରିଥିଲେ।

You might also like