ପିପିଇ କିଟ୍ ଓ ମାସ୍କ କିଣା ଦୁର୍ନୀତି ମାମଲାରେ ରାଜ୍ୟ ସରକାରଙ୍କୁ ଲୋକାୟୁକ୍ତ ଦେଲେ କ୍ଲିନଚିଟ୍ !‌

ଲୋକାୟୁକ୍ତରେ ପିପିଇ କିଟ୍ ଓ ମାସ୍କ କିଣା ଦୁର୍ନୀତିର ଶୁଣାଣି

  • ଲୋକାୟୁକ୍ତରେ ପିପିଇ କିଟ୍ ଓ ମାସ୍କ କିଣା ଦୁର୍ନୀତିର ଶୁଣାଣି
  • ରାଜ୍ୟ ସରକାରଙ୍କୁ ଲୋକାୟୁକ୍ତ କ୍ଲିନଚିଟ୍‌ ଦେଇଥିବା ସୂଚନା
  • ସରକାରଙ୍କୁ କ୍ଲିନଚିଟ୍ ସହ ମାମଲାକୁ ବନ୍ଦ କଲେ ଲୋକାୟୁକ୍ତ
  • ସରକାରଙ୍କୁ କ୍ଲିନଚିଟ ନେଇ ଆବେଦନକାରୀ ସୁଦର୍ଶନ ଦାସଙ୍କ ସୂଚନା
  • ଭିଜିଲାନ୍ସ ରିପୋର୍ଟ ଆଧାରରେ ମାମଲା ବନ୍ଦ କଲେ ଲୋକାୟୁକ୍ତ
  • ରାୟକୁ ଚାଲେଂଜ କରି ହାଇକୋର୍ଟ ଯିବେ କହିଲେ ଆବେଦନକାରୀ

ଭୁବନେଶ୍ୱର: ମାସ୍କ ଓ ପିପିଇ କିଟ୍ କିଣା ଦୁର୍ନୀତି ମାମଲାରେ ଲୋକାୟୁକ୍ତରେ ଶେଷ ହୋଇଛି ଶୁଣାଣି। ଶୁଣାଣି ପାଇଁ ଆଜି ଲୋକାୟୁକ୍ତଙ୍କ ପାଖରେ ଉପସ୍ଥିତ ଥିଲେ ଅଭିଯୋଗକାରୀ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁଶାନ୍ତ ପାଢୀ ଓ କଂଗ୍ରେସ ନେତା ସୁଦର୍ଶନ ଦାସ। ପ୍ରାଥମିକ ତଦନ୍ତ ପାଇଁ ଭିଜିଲାନ୍ସକୁ ଗତବର୍ଷ ଡିସେମ୍ବର ସାତ ତାରିଖରେ ନିର୍ଦ୍ଦେଶ ଦେଇଥିଲେ ଲୋକାୟୁକ୍ତ।

କରୋନା ସଂକ୍ରମଣ ବେଳେ ମାସ୍କ ଓ ପିପିଇ କିଟ୍ କିଣାରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆସିଥିଲା। ଏହାର ତଦନ୍ତ ପାଇଁ କଂଗ୍ରେସ ନେତା ସୁଦର୍ଶନ ଦାସ ଓ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ସୁଶାନ୍ତ ପାଢୀ ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହୋଇଥିଲେ। ଆବେଦନକୁ ଗ୍ରହଣ କରି ଲୋକାୟୁକ୍ତ ମାମଲାର ଶୁଣାଣି କରିଥିଲେ। ଗତ ମାର୍ଚ୍ଚ ୧୬ ତାରିଖ ରେ ଲୋକଯୁକ୍ତଙ୍କ ପାଖରେ ତଦନ୍ତ ରିପୋର୍ଟ ଦାଖଲ କରିଥିଲା ଭିଜିଲାନ୍ସ।

ସେପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ସୁଦର୍ଶନ ଦାସ। ସେ କହିଛନ୍ତି ଯେ, ମାସ୍କ ଓ ପିପିଇ କିଟ୍‌ ଦୁର୍ନୀତି ସମ୍ପର୍କରେ ଆମେ କୋର୍ଟରେ ମାମଲା ଦାୟର କରିଥିଲୁ। କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହି କିଯେ,  ଯେଉଁ ପ୍ରିଲିମିନାରୀ ରିପୋର୍ଟ ଭିଜିଲାନ୍ସ ଦେଲେ ତାହା  ଆମକୁ ଦେଖିବାର ସୁଯୋଗ ବି ଦିଆଗଲା ନାହିଁ। ଆଉ ଦାଖଲ ହୋଇଥିବା ରିପୋର୍ଟରେ ଅଭିଯୋଗର କୌଣସି ଭିତ୍ତି ନଥିବା ଲୋକାୟୁକ୍ତ କହିଲେ।  ଏହସହ ମାମଲାକୁ ପୂରା ବନ୍ଦ କରିଦେଲେ। ଆମେ ଅପିଲ ମଧ୍ୟ କରିଥିଲୁ ଯେ, ଏହି ମାମଲାରେ ଦାୟର ହୋଇଥିବା ରିପୋର୍ଟକୁ ଆମକୁ ଦେଖିବାକୁ ସୁଯୋଗ ଦିଅନ୍ତୁ ଓ ଆମକୁ ପକ୍ଷ ରଖିବାକୁ ମଧ୍ୟ ସୁଯୋଗ ଦିଅନ୍ତୁ। କିନ୍ତୁ କୌଣସି ସୁଯୋଗ ଆମକୁ ଲୋକାୟୁକ୍ତ ଦେଲେ ନାହିଁ ବୋଲି ଶ୍ରୀଦାସ କହିଛନ୍ତି। ତେବେ ମାସ୍କ ଦୁର୍ନୀତି ହୋଇଥିବା ନେଇ ସାରା ରାଜ୍ୟରେ ତୁମ୍ବିତୋଫାନେ ହୋଇଥିଲା।

 

You might also like