• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଆଇନତଃ ସମସ୍ତେ ମାସ୍କ ପିନ୍ଧିବାକୁ ବାଧ୍ୟ। ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ନିର୍ଦ୍ଦେଶ ଅନୁସାରେ, କାଲିଠାରୁ ଘରୁ ବାହାରିବା ବେଳେ ସମସ୍ତେ ମାସ୍କରେ ନିଜ ପାଟି ଓ ନାକକୁ ଘୋଡ଼ାଇ ରଖିବା ବାଧ୍ୟତାମୂଳକ କରାଯାଇଛି।

ତେବେ କେବଳ ବଜାରରେ ମିଳୁଥିବା ମାସ୍କ ନୁହେଁ, ଜଣେ ଚାହିଁଲେ ସଫା ସୂତା କପଡ଼ା କିମ୍ବା ଗଞ୍ଜି କପଡ଼ାକୁ ୫ ମିନିଟ ପାଇଁ ଲୁଣ ପାଣିରେ ଫୁଟାଇ ଖରାରେ ସମ୍ପୂର୍ଣ୍ଣ ଶୁଖାଇ ମାସ୍କ ତିଆରି କରିପାରିବେ।

ଗାମୁଛା ଓ ଶାଢ଼ିକୁ ଦୁଇ ପରସ୍ତ କରି ମଧ୍ୟ ମୁହଁକୁ ଘୋଡ଼ାଇ ହେବ। ତେବେ ୨ ବର୍ଷରୁ କମ୍ ବୟସର ଶିଶୁ, ଶ୍ୱାସ ରୋଗୀ, ଅଚେତ ବ୍ୟକ୍ତି ଓ ବିଛଣାରେ ପଡ଼ିଥିବା ଅସହାୟଙ୍କୁ ମାସ୍କ ଲଗାଇବାକୁ ମନା କରାଯାଇଛି।

ଲୋକମାନେ ଘରୁ ବାହାରିଲେ ମାସ୍କ ଲଗାଇବେ ଏବଂ ଘରକୁ ଫେରିବା ପରେ ଗରମପାଣି ଓ ସାବୁନରେ ମାସ୍କକୁ ଭଲଭାବେ ସଫା କରି ଖରାରେ ଶୁଖାଇ ପୁଣି ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି କୋଭିଡ୍ ୧୯ ମୁକାବିଲା କମିଟି ମୁଖପାତ୍ର ସୁବ୍ରତ ବାଗ୍‌ଚୀ।

Mask-mandatory-from-tomorrow
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories