ବୀର ପୁଅକୁ ହରାଇ ଶୋକରେ ବୁଡ଼ିଛି ଖୋର୍ଦ୍ଧା ଅଠରାଙ୍ଗ ଗାଁ

ଖୋର୍ଦ୍ଧା : ନିଜେ ଯାହା କରି ନଥିଲେ ତାହା ପୁଅ କରି ଦେଖାଇ ଦେଲା। ସାଧାରଣତନ୍ତ୍ର ଦିବସରେ ଦେଶ ପାଇଁ ବଳିଦାନ ଦେଇଥିବା ପୁଅ ଉଦ୍ଦେଶ୍ୟରେ ଏଭଳି କହିଛନ୍ତି ଖୋର୍ଦ୍ଧା ଅଠରାଙ୍ଗର ସହିଦ ଯବାନ ହେମନ୍ତ ପଣ୍ଡାଙ୍କ ବାପା।

ମାତ୍ର ୨୫ ବୟସର ଯୁବକ ପୁଅକୁ ହରାଇ ହେମନ୍ତ କୋହ ସମ୍ଭାଳି ପାରୁନଥିଲେ ବି ପୁଅର କାମ ପାଇଁ ସେ ଗର୍ବିତ ବୋଲି କହିଛନ୍ତି। ଏପଟେ ହେମନ୍ତଙ୍କୁ ହରାଇ ତାଙ୍କ ପରିବାର ତଥା ପୁରା ଅଠରାଙ୍ଗ ଗାଁରେ ଖେଳିଯାଇଛି ଶୋକର ଛାୟା।

ହେମନ୍ତଙ୍କ ବାପା ପବିତ୍ର ପଣ୍ଡା ମଧ୍ୟ ସେନାର ଚାକିରି କରି ଅବସର ନେଇଛନ୍ତି। ସହିଦ ହେମନ୍ତ ୪ ବର୍ଷ ହେବ ଲାନ୍ସ ନାୟକ ଭାବେ ଭାରତୀୟ ସେନାରେ କାର୍ଯ୍ୟରତ ଥିଲେ।

ଗତକାଲି ବାରମୁଲାରେ ସେ ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇ ସହିଦ ହୋଇଥିଲେ।

You might also like