ଇଶାରା ଇଶାରାରେ ମନ ଦିଆନିଆ : ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ଦିବ୍ୟାଙ୍ଗ
ବାଲୁଗାଁ( ଶକ୍ତିପ୍ରସାଦ ମହାପାତ୍ର) : ପ୍ରେମରେ ବାଧକ ସାଜିପାରିଲାନି ଅକ୍ଷମତା । କଥା ନୁହେଁ ଇଶାରା ଇଶାରାରେ ପ୍ରେମ ହେଲା। ସତରେ ପ୍ରେମ ପାଇଁ ଦରକାର ପଡ଼େନି ଭାଷା। ଉଭୟେ ଉଭୟଙ୍କ ଭାଷା ବୁଝିପାରନ୍ତିନି,ହେଲେ ହୃଦୟ ସହ ହୃଦୟ ମିଶିଗଲା । ଆଉ ତା’ପରେ ସାତ ଜନମର ସାଥୀ ହେବା ପାଇଁ କଥା ଦିଆନିଆ ହେଲେ ଦୁଇ ଭିନ୍ନକ୍ଷମ ମଣିଷ। ବାଜା ବଜାଇ ବର ଆସିଲା। ଖୁସିରେ ମସଗୁଲ ହେଲେ ବରଯାତ୍ରୀ । ଦୁଇ ମନ ଦୁଇ ପ୍ରାଣ ସାତ ଜନ୍ମ ପାଇଁ ଏକ ହୋଇଗଲା । ପିଲାଦିନୁ କଥା କହିପାରୁ ନଥିବା ସହ ଶୁଣି ପାରୁନଥିବା ଦୁଇ ଦିବ୍ୟାଙ୍ଗ ପରସ୍ପରର ହାତ ଧରିଛନ୍ତି ଦୁଇ ଦିବ୍ୟାଙ୍ଗ କିଶାନ ଓ ବିଷ୍ଣୁପ୍ରିୟା।
ପ୍ରେମ ପାଇଁ ଭାଷା ଦରକାର ନାହିଁ ସଙ୍କେତ ହିଁ ଯଥେଷ୍ଟ । ଏମିତି ହୃଦୟର ଭାଷାକୁ ବୁଝିପାରି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଦୁଇ ଦିବ୍ୟାଙ୍ଗ । ହୁଳହୁଳି, ବେଦ ପାଠରେ ପ୍ରକମ୍ପିତ ହୋଇଛି ଖୋର୍ଦ୍ଧା ବାଣପୁରସ୍ଥିତ ଟିକିରାଇ ମନ୍ଦିର ପରିସର । ବର ସାଜିଛନ୍ତି ବାଣପୁର ତଳସାହିର କିଶାନ ଏବଂ କନ୍ୟା ହେଉଛନ୍ତି ଟାଙ୍ଗୀ ଅନ୍ତର୍ଗତ ପଣସପୁର ପାଟଣାର ବିଷ୍ଣୁପ୍ରିୟା। ବିବାହ ବେଦୀରେ ବସିଥିବା ଏ ଦୁଇ ଜଣ ହେଉଛନ୍ତି ଦିବ୍ୟାଙ୍ଗ ଏମାନେ ପିଲାଦିନୁ କଥା କହିପାରନ୍ତି ନାହିଁ, କି ଶୁଣି ବି ପାରନ୍ତି ନାହିଁ । ହେଲେ ବାଣପୁର ନେହେରୁ ସେବା ସଂଘରେ ଉଭୟେ ପାଠପଢୁ ଥିବା ବେଳେ ପ୍ରଥମେ ପ୍ରେମ ଏବଂ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଦୁହିଁଙ୍କ ବିବାହକୁ ନେଇ ଖେଳିଯାଇଛି ଖୁସିର ମାହୋଲ ।
କନ୍ୟାପିତା ମୁରଲୀଧର ବେହେରା କହିଛନ୍ତି, ଉଭୟଙ୍କ ପ୍ରେମ ସମ୍ପର୍କ ନେଇ ଘରେ ଜଣାଇଥିଲା ଝିଅ। ଆଉ ଝିଅର ଖୁସିରେ ଖୁସି ହୋଇ ବିବାହ କଥା ଆଗେଇଲା। ଆମେ ବି ଖୁସି, ଝିଅ ଆଜି ହାତରୁ ଦିହାତ ହୋଇଛି। ଭଗବାନ ଉଭୟଙ୍କୁ କୋଟି ପରମାୟୁ ଦିଅନ୍ତୁ।
ଏହି ବାହାଘରରେ ଉଭୟ ପରିବାରର ଲୋକଙ୍କ ସହ ସାଙ୍ଗସାଥୀ, ବନ୍ଧୁବାନ୍ଧବ, ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଯୋଗଦେଇଥିଲେ ଭୋଜିଭାତରୁ ମଧ୍ୟ ମଜା ଉଠାଇଥିଲେ । ସଭିଁଏ ଏଭଳି ବିବାହ ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି କହିଛନ୍ତି ବୁଦ୍ଧିଜୀବୀ ।
#ଏକ_ଭିନ୍ନ_ବିବାହ
ନ କହି ନ ଶୁଣି ପ୍ରେମ, ଏବେ ବାହାଘର । ସତରେ ପ୍ରେମ ପାଇଁ ଦରକାର ପଡ଼େନି ଭାଷା। ପାଠ ପଢିଲା ବେଳଠୁ ସେମାନଙ୍କ ପ୍ରେମ। ଆଉ ଆଜି ସେଇ ପ୍ରେମ ବିବାହର ରୂପ ନେଇଛି। #Khordha #Odisha pic.twitter.com/U7cGeCqdll— ଓଟିଭି (@otvkhabar) March 8, 2021