ମୁସଲିମ ଗଣବିବାହରେ ନକଲି ବୟସ ପ୍ରମାଣପତ୍ର

୫ ବିବାହକୁ ବାତିଲ କଲେ ଅାୟୋଜକ

ସମ୍ବଲପୁର : ସମ୍ବଲପୁରରେ ମୁସଲିମ୍‌ ଗଣବିବାହ କାର୍ଯ୍ୟକ୍ରମରେ ନକଲି ବୟସ ପ୍ରମାଣପତ୍ର ଦେଇଥିବା ଅଭିଯୋଗ। ଫଳରେ ୫ଟି ବିବାହକୁ ବାତିଲ୍ କରାଯାଇଛି। ସୂଚନା ମୁତାବକ, ମୋଟ୍ ୨୧ ଯୋଡା ଗରିବ ଯୁବକ ଯୁବତୀଙ୍କୁ ନେଇ ଏହି ଗଣ ବିବାହ ଅାୟୋଜନ କରାଯାଇଥିଲା।

ତେବେ ସେମାନଙ୍କ ମଧ୍ୟରୁ ୫ଜଣ ଝିଅଙ୍କର ବୟସ ୧୮ ବର୍ଷରୁ କମ୍ ଥିବା ଅଭିଯୋଗ ହୋଇଥିଲା। ସକାଳେ ବିବାହ ପୂର୍ବରୁ, ପୁଲିସ୍, ଶିଶୁ ସୁରକ୍ଷା ଅଧିକାରୀ ଏବଂ ଚାଇଲ୍ଡ ଲାଇନ୍ କର୍ମକର୍ତ୍ତା ଘଟଣାସ୍ଥଳରେ ପହଂଚିଥିଲେ।

ତେବେ ତଦନ୍ତ କରିବା ପରେ ଅାଧାରକାର୍ଡ ନକଲି ଥିବା ଜଣାପଡିଥିଲା। ଏହାପରେ ସଂପୃକ୍ତ ୫ଜଣଙ୍କ ବିବାହ ସ୍ଥଗିତ ରଖାଯାଇଥିଲ। ଅାଲ୍ଲା ହଜରତ୍ ୱେଲଫେୟାର କମିଟି ପକ୍ଷରୁ ଗତ କିଛି ବର୍ଷ ହେଲା, ବିବାହଯୋଗ୍ୟ ଗରିବ ମୁସଲିମ ସଂପ୍ରଦାୟର ଯୁବକ-ଯୁବତୀଙ୍କ ଗଣବିବାହ ଅାୟୋଜନ କରାଯାଉଛି। ତେବେ ଅାଗକୁ ବିବାହ ସ୍ଥିର କରିବା ପୂର୍ବରୁ ଅାବଶ୍ୟକୀୟ କାଗଜପତ୍ର ଯାଂଚ କରାଯିବ ବୋଲି ଅାୟୋଜକ କମିଟି କହିଛି।

You might also like