ବରଯାତ୍ରୀଙ୍କୁ ଧରି ଫେରୁଥିବା ବେଳେ ଘାଟିରେ ଓଲଟିଲା ବସ୍‌

ତେଲକୋଇ(ଚିନ୍ମୟ କୁମାର ସାହୁ): କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ବରଯାତ୍ରୀ ବସ୍ ଓଲଟି ପଡ଼ିବାରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୫ ଜଣ ଆହତ ହୋଇଛନ୍ତି। ମୃତକଙ୍କ ନାଁ ଅନୀଲ ମହାରଣା। ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି।

ସୂଚନା ଅନୁସାରେ, ରାଉରକେଲା ବନ୍ଧମୁଣ୍ଡାରୁ ଏକ ଘରୋଇ ବସ୍‌ରେ ୨୦ ଜଣ ପୁରୁଷ, ୧୬ ଜଣ ମହିଳା ଓ ୫ ଜଣ ଶିଶୁ କେନ୍ଦୁଝର ଜିଲ୍ଲା ଢେଙ୍କିକୋଟକୁ ବରଯାତ୍ରୀ ଯାଇଥିଲେ। ଆଜି ସକାଳେ ଫେରିବା ବେଳେ କାଞ୍ଜିପାଣି ଘାଟିରେ ଭାରସାମ୍ୟ ହରାଇ ବସ୍‌ଟି ଓଲଟି ପଡିଥିଲା। ଫଳରେ ଘଟଣାସ୍ଥଳରେ ଅନୀଲ ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଥିଲେ।

ଖବର ପାଇ ତେଲକୋଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଆହତଙ୍କ ମଧ୍ୟରୁ ୪ ଜଣ ମହିଳା ଓ ୬ ଜଣ ପୁରୁଷଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ଗୁରୁତରଙ୍କୁ କେନ୍ଦୁଝର ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

You might also like