• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ନୟାଗଡ଼: ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ କାଳିଆପଡା ନିକଟରେ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ୩ ଟି କାର୍‌ ମଧ୍ୟରେ ଦୁର୍ଘଟଣା ଘଟି ୧୨ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ସମସ୍ତ ଗୁରୁତରଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, କଣ୍ଟିଲୋ ନିକଟସ୍ଥ ବିଜିପୁରରୁ ବାହାଘର ସାରି ୨ଟି କାର୍‌ରେ ବରଯାତ୍ରୀ ଦଶପଲ୍ଲା ହାଟସାହିକୁ ଫେରୁଥିଲେ। ଏହି ସମୟରେ କାଳିଆପଡା ନିକଟରେ ସାମ୍ନା ପଟୁ ଦ୍ରୁତ ଗତିରେ ଆସୁଥିବା ଏକ କାର ବରଯାତ୍ରୀର ଗୋଟିଏ କାରକୁ ଧକ୍କା ଦେଇଥିଲା। ଏହା ପରେ ଦୁର୍ଘଟଣାଗ୍ରସ୍ତ ବରଯାତ୍ରୀର କାରକୁ ପଛରୁ ଆଉ ଏକ ବରଯାତ୍ରୀ କାର୍‌ ଧକ୍କା ଦେଇଥିଲା। ଫଳରେ  ତିନୋଟି କାର୍‌ କ୍ଷତିଗ୍ରସ୍ତ ହେବା ସହ ଏଥିରେ ଥିବା ୧୨ ଜଣ ଯାତ୍ରୀ ଆହତ ହୋଇଥିଲେ।

ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

ଘଟଣାସ୍ଥଳରେ ଦଶପଲ୍ଲା ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Marriage-party-vehicle-meets-with-accident-in-nayagarh
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories