କ୍ୱାରେଣ୍ଟିନ ସେଣ୍ଟରରେ ବାହାଘର; ବରଣମାଳା ଦେଇ ହେଲେ ସାତଜନ୍ମର ସାଥୀ

ବଲାଙ୍ଗିର:ଛୁଇଁଦେଲେ ବ୍ୟାପିଯିବ କରୋନା। ସେହି ଭୟରେ ସମ୍ପର୍କ ଭିତରେ ବଢି ଚାଲିଛି ଦୂରତା । ହେଲେ କରୋନା ମହାମାରୀକୁ କିନ୍ତୁ ହାର ମାନିବାକୁ ପଡ଼ିଛି ପ୍ରେମ ପାଖରେ। ଏମିତି ସମୟରେ ସମ୍ପର୍କରେ ଦୂରତା ସୃଷ୍ଟି ହେଉଥିବାବେଳେ ଏଠି ପ୍ରେମୀ ଯୁଗଳ ସବୁଦିନ ପାଇଁ ପରସ୍ପରର ଆପଣାର ପାଲଟି ଯାଇଛନ୍ତି। କ୍ୱାରେଣ୍ଟିନ୍ ସେଣ୍ଟରରେ ବିବାହ କରିଛନ୍ତି।  ପରସ୍ପରକୁ ବରଣମାଳା ପିନ୍ଧାଇ ସାତ ଜନ୍ମର ସାଥୀ ହୋଇଛନ୍ତି । ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ତେଲେନପାଲି କ୍ୱାରେଣ୍ଟିନ୍ ସେଣ୍ଟରରେ।

ଯୁବତୀଙ୍କର ଘର ଖପ୍ରାଖୋଲ ବାଗଡ଼ଇା ଗାଁରେ ହୋଇଥିବାବେଳେ ଯୁବକଙ୍କ ଘର ତେଲେନପାଲି ଅଞ୍ଚଳରେ । ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ଯାଇଥିବାବେଳେ ସେଠାରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ିଉଠିଥିଲା। ହେଲେ କରୋନା କଟକଣା ପରେ କାମଧନ୍ଦା ନ ମିଳିବାରୁ ଉଭୟ ଗାଁକୁ ଚାଲି ଆସିଥିଲେ।

ଆନ୍ଧ୍ରରୁ ଫେରିବା ପରେ ଉଭୟେ କ୍ୱାରେଣ୍ଟିନ୍ ସେଣ୍ଟରରେ ଥିଲେ ପ୍ରେମୀଯୁଗଳ । ସ୍ଥାନୀୟ ସରପଞ୍ଚ ଏମାନଙ୍କ ପ୍ରେମ କାହାଣୀ ଜାଣିବା ପରେ ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।  ନିଜେ ରୀତିନୀତି ଅନୁଯାୟୀ କ୍ୱାରେଣ୍ଟିନ୍ ସେଣ୍ଟର ପରିସରରେ ପ୍ରେମୀ ଯୁଗଳଙ୍କ ବାହାଘର କରାଇଥିଲେ।

ବିବାହ ପରେ ଉଭୟ ଖୁସି ପ୍ରକାଶ କରିଛନ୍ତି।

You might also like