ମାସ୍କ ପିନ୍ଧି ବାହା ହେଲେ, ସାନିଟାଇଜରରେ ହାତ ଧୋଇଲେ

ସୁନ୍ଦରଗଡ଼: ମାସ୍କ ପିନ୍ଧି ବିବାହ କଲେ ଦମ୍ପତି। ସୁନ୍ଦରଗଡ଼ ନୁଆଁଡିହିରେ ଏଭଳି ଦେଖିବାକୁ ମିଳିଛି। ସ୍ଥାନୀୟ ଗ୍ରାମର ଅମ୍ରିତ ଓ ଶୁଭଶ୍ରୀଙ୍କ ବିବାହ ନିରାଡମ୍ବର ଭାବେ ହୋଇଛି। ବିବାହ ବେଳେ ଦମ୍ପତି ମାସ୍କ ପିନ୍ଧିଥିଲେ। ଏହାସହ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅନ୍ୟ ଅତିଥି ବି ମାସ୍କ ପିନ୍ଧି ଆସିଥିଲେ।

ସାମାଜିକ ଦୂରତାକୁ ମାନି ଦୂରେଇ ବସିବା ସହ ବିବାହ କାର୍ଯ୍ୟ ବେଳେ ଏହାକୁ ଧ୍ୟାନରେ ରଖାଯାଇଥିଲା। ଖୁବ୍ କମ୍ ସମ୍ପର୍କୀୟଙ୍କ ଉପସ୍ଥିତିରେ ଏହି ବିବାହ ସରିଛି। ଏହାସହ ବିବାହ କାର୍ଯ୍ୟ ବେଳେ ଅତିଥି ସାନିଟାଇଜରରେ ହାତ ଧୋଇଥିଲେ।

କରୋନା ମୁକାବିଲା ପାଇଁ ଲକଡାଉନ୍ ଲାଗୁ ହୋଇଛି। ତେବେ ତେବେ ବିବାହ ଘୁଞ୍ଚାଇବା ସମ୍ଭବ ନହେବା ପରେ ନିରାଡମ୍ବର ଭାବେ କରିବାକୁ ପରିବାର ଲୋକେ ନିଷ୍ପତ୍ତି ନେଇଥିଲେ।

You might also like